ODICHEM 2022 : ଓଡ଼ିଶାରେ ଆନୁଷଙ୍ଗିକ ଏବଂ ଡାଉନ୍‌ଷ୍ଟ୍ରିମ୍‌ ଇଣ୍ଡଷ୍ଟ୍ରିଜ୍ କ୍ଷେତ୍ରରେ ନିବେଶ ସୁଯୋଗ ନିମନ୍ତେ ସେମିନାର

ଭୁବନେଶ୍ଵର :- ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଇଞ୍ଜିନିୟର୍ସ(ଆଇଆଇସିଏଚ୍‌-ବିଆର୍‌ସି)ର ଭୁବନେଶ୍ଵର ଆଚଂଳିକ କେନ୍ଦ୍ର, ଇଣ୍ଡଷ୍ଟ୍ରିଆଲ୍ ପ୍ରୋମୋସନ୍ ଆଣ୍ଡ ଇନ୍‌ଭେଷ୍ଟମେନ୍ଟ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍‌(ଆଇପିଆଇସିଓଏଲ୍) ସହିତ ଆନୁଷଙ୍ଗିକ ଭାବେ ଏକ ସେମିନାର ‘ ଓଡିକେମ୍-୨୦୨୨’ ସ୍ଥାନୀୟ ହୋଟେଲ୍ ଦି ନ୍ୟୁ ମାରିଅନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଶିଳ୍ପ, ଏକାଡେମୀ ଏବଂ ଆର୍‌ଆଣ୍ଡଡି ସଂଗଠନର ପ୍ରାୟ ୧୫୦ ପ୍ରତିନିଧି ଏହି ସେମିନାରରେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଓଡିଶାର ମାନ୍ୟବର ଶକ୍ତି, ଶିଳ୍ପ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ସେମିନାରର ଉଦ୍‌ଘାଟନ କରିଥିଲେ । ଏହା ସହିତ ଇପିକଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କଲ୍ୟାଣ ମହାନ୍ତି, ଇପିକଲର ପରିଚାଳନା ନିର୍ଦ୍ଦେଶକ, ଆଇଏଏସ୍ ଭୂପେନ୍ଦ୍ର ସିଂ ପୁନିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି, ବର୍ତମାନ ଓଡ଼ିଶା ସମଗ୍ର ଦେଶରେ ନିବେଶକଙ୍କ ଗନ୍ତବ୍ୟ ସ୍ଥଳ ପାଲଟିଛି । ସେ ସମସ୍ତ ଶିଳ୍ପପତି, ଆସୋସିଏସନ୍ ଏବଂ ସେମାନଙ୍କ ସଦସ୍ୟମାନଙ୍କୁ, ବିଶେଷକରି ମେଟାଲ୍ ଡାଉନ୍‌ଷ୍ଟ୍ରିମ୍, କେମିକାଲ୍ ଏବଂ ପେଟ୍ରୋକେମିକାଲ୍ କ୍ଷେତ୍ରର ନିବେଶକଙ୍କୁ ପରବର୍ତୀ ବିନିଯୋଗ ପାଇଁ ସ୍ଵାଗତ କରିଛନ୍ତି । ଶ୍ରୀ ଶର୍ମା ଓଡ଼ିଶା ଶିଳ୍ପ ଇକୋସିଷ୍ଟମ୍‌ର ଏକ ସ୍ପଷ୍ଟ ଚିତ୍ର ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ,ଯାହା ସରକାରଙ୍କ ସକ୍ରିୟ ପଦକ୍ଷେପକୁ ଦର୍ଶାଇଛି ।ଏହି ପରିପ୍ରେକ୍ଷୀରେ ଭାରତୀୟ ଶିଳ୍ପ କ୍ଷେତ୍ରରେ ନିଜର ଅବଦାନ ପାଇଁ ଏବେଲ୍‌ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ସିଏମ୍‌ଡି ଅଶ୍ବିନ୍ ଶ୍ରୋଫ୍‌ଙ୍କୁ ସମ୍ମାନିତ କରାଯାଇଛି । ନାଲ୍‌କୋ, ଟାଟା ଷ୍ଟିଲ, କୋଲ ଇଣ୍ଡିଆ ଲିମିଟେଡ୍‌, ହିଣ୍ଡାଲକୋ, ଏସାର ମିନ୍‌ମେଟ୍ ଲିମିଟେଡ୍‌, ଜେଏସ୍‌ପିଏଲ୍, ସିଏସ୍‌ଇଆର୍‌-ଆଇଏମ୍ଏମ୍ଟି, ସେଲ, ବେଦାନ୍ତ ଆଲୁମିନିୟମ୍, ଇପିକଲ୍‌, ଇଫ୍‌କୋ ଏବଂ ଆଇଆରଇଏଲ୍ ଆଦି ଶିଳ୍ପର ବରିଷ୍ଠ ତଥା ଅଭିଜ୍ଞ କାର୍ଯ୍ୟନିର୍ବାହୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *