ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଲେ ଆମେରିକା ସୁନ୍ଦରୀ ୱନି ଗେବ୍ରିଏଲ

ଆମେରିକାରେ ୭୧ତମ ମିସ୍ ୟୁନିଭର୍ସ (Miss Universe 2022) ଆୟୋଜିତ ହୋଇଛି। ଏହି ପ୍ରତିଯୋଗିତାରେ ଆମେରିକାର R’Bonney Gabriel ବିଜୟ ମୁକୁଟ ଜିତିଛନ୍ତି। ମିସ୍ ୟୁନିଭର୍ସ ୨୦୨୧ ଥିବା ଭାରତର ହରନାଜ ସିନ୍ଧୁ (Harnaz Sandhu/)ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ଏଥିରେ ପ୍ରଥମ ରନର୍ ଅପ୍ ହୋଇଛନ୍ତି ଭେନେଜୁଏଲର ଡାଏନା ସିଲଭା ଓ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି ଡୋମିନିକାନ୍ ରିପବ୍ଲିକର ଆମି ପେନା। ଏହି ପ୍ରତିଯୋଗିତାରେ ଭାରତର ଦିବିତା ରାୟ ଶ୍ରେଷ୍ଠ ୫ରେ ସ୍ଥାନ ପାଇପାରିନଥିଲେ। ଗାଉନ୍ ରାଉଣ୍ଡରେ ସେ ବାହାରି ଯାଇଥିଲେ। ମିସ୍ ୟୁନିଭର୍ସ ୨୦୨୨ ବିଜେତାଙ୍କ ମୁକୁଟର ମୂଲ୍ୟ ପ୍ରାୟ ୪୯ କୋଟି ଅଟେ। ଏହା ମାଉୱାଡ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଆମେରିକାର ନିଉ ଅର୍ଲିଅନ୍ସ ସିଟିରେ ଆୟୋଜିତ ମିସ୍ ୟୁନିଭର୍ସ ୨୦୨୨ ରେ ପ୍ରାୟ ୮୬ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ୨୫ ବର୍ଷୀୟ ଦିବିତା ରାୟ ଭାରତର ପ୍ରତିନିଧିତ୍ୱ କରିଥିଲେ। ଦିବିତା ଏହାକୁ ଶ୍ରେଷ୍ଠ ୧୬ରେ ସ୍ଥାନିତ କରିଥିଲେ କିନ୍ତୁ ଶ୍ରେଷ୍ଠ ୫ ରେ ପହଞ୍ଚିପାରି ନଥିଲେ।

ମିସ୍ ୟୁନିଭର୍ସ ୨୦୨୨ ପ୍ରତିଯୋଗିତାରେ ଶ୍ରେଷ୍ଠ ୧୬ (Top16)ରେ ପହଞ୍ଚିଥିବା ଭାରତର ଦିବିତା ରାୟ (Dibita Ray)ପୋଷାକ ରାଉଣ୍ଡରେ ତାଙ୍କ ପୋଷାକ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ ଏକ ସୁବର୍ଣ୍ଣ ପକ୍ଷୀ(Golden Bird) ଶୈଳୀରେ ପୋଷାକ ପିନ୍ଧିଥିଲେ। ଦିବିତାଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ମଡେଲ। କର୍ଣ୍ଣାଟକରେ ଜନ୍ମିତ ତଥା ମୁମ୍ବାଇରେ ବଡ଼ ହୋଇଥିବା ଦିବିତା ଅଗଷ୍ଟରେ ମିସ୍ ଡିଭା ୟୁନିଭର୍ସ ୨୦୨୨(Miss Universe 2022) ରେ ମୁକୁଟ ପିନ୍ଧିଥିଲେ।

Leave a Reply

Your email address will not be published. Required fields are marked *