ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

➢ କର୍କଟ ପିଡ଼ିିତଙ୍କ ସହାୟତା ନିମନ୍ତେ ହାତ ବଢାଇଲା ରେଡ଼୍ ସ୍ୱସ୍ତିକ୍‌
➢ ର‌୍ୟାମ୍ପରେ ଜଲୱା ଦେଖାଇଲେ ବିଦ୍ୟାଙ୍ଗ
➢ ର‌୍ୟାମ୍ପରେ ଚାଲିଲେ : ସଚେତନତାର ବାର୍ତ୍ତା ବାଣ୍ଟିଲେ

ଭୁବନେଶ୍ୱର : ଦେଶର ଅଗ୍ରଣୀ ସମାଜସେବା ସଂଗଠନ ରେଡ଼୍‌ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ବିଶ୍ୱ କର୍କଟ ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ସଂଜୀବନି” ଭୂବନେଶ୍ୱର ସ୍ଥିତ ଗଲ୍‌ଫ୍ କ୍ଲବ୍ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅସିତ୍ ତ୍ରିପାଠୀ (ପୂର୍ବତନ ଶାସନ ସଚିବ, ଚେୟାରମ୍ୟାନ୍‌, ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ତଥା ପ୍ରେସିଡ଼େଣ୍ଟ ଗଲଫ୍ କ୍ଲବ) ଓ ଶ୍ରୀ ଚେନ୍ଦର୍ ଶେଖର ଶର୍ମା (ମୁଖ୍ୟ ସାଧାରଣ ପରିଚାଳକ, ଏସ୍‌.ବି.ଆଇ) ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀ ତପନ ମହାନ୍ତି (ସଂପାଦକ, ଗଲଫ୍ କ୍ଲବ୍‌, ଭୂବନେଶ୍ୱର) ସି.ଏ ରାଜୀବ ସାହୁ (ପ୍ରିନ୍‌ସିପାଲ୍ ପାର୍ଟନର୍‌,SRB) ଓ ଶ୍ରୀ ସିଦ୍ଧାନ୍ତ ମହାପାତ୍ର (ଓଲିଉଡ଼୍ ଅଭିନେତା, ପୂର୍ବତନ ସାଂସଦ) ପ୍ରମୁଖ ଯୋଗଦାନ କରିଥିଲେ । ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ସଭାପତି ଶ୍ରୀ ବିଜୟ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ୫ ଜଣ କର୍କଟ ପିଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ପରିମାପ କରାଯାଇଥିବା ୩୦୦ରୁ ଉର୍ଦ୍ଧ ଭିନ୍ନକ୍ଷମ ମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ କୃତିମ ଅଙ୍ଗପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଏକ ନିଆରା ର‌୍ୟାମ୍ପ ସୋ ପ୍ରଦର୍ଶନ କରାଯାଇଥିଲା ଯେଉଁଥିରେ ଗଲଫ୍ କ୍ଲବ୍‌ର ପ୍ରମୁଖ ସଦସ୍ୟଙ୍କ ସହ ଭିନ୍ନକ୍ଷମ ମାନେ ର‌୍ୟାମ୍ପରେ ନିଜର ଜଲୱା ଦେଖାଇଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଯଥା-ପୁଲିସ୍‌, ଡ଼ାକ୍ତର, କ୍ରୀଡ଼ା, ସମାଜସେବା, କ୍ୟାନ୍‌ସର୍‌କୁ ପରାସ୍ତ କରିଥିବା ବ୍ୟକ୍ତିବିଶେଷ, ଦିବ୍ୟାଙ୍ଗ, ସଂଚାଳକ, ନୃତ୍ୟ, ପରିଚାଳନା, ଉଦ୍ୟୋଗୀ, ଚଳଚ୍ଚିତ୍ର କ୍ଷେତ୍ରରେ ନିଜର ଅବଦାନ ଦେଇଥିବା ବ୍ୟକ୍ତି ବଶେଷଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । 

ଏହି କାର୍ଯ୍ୟକ୍ରମକୁ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ସମ୍ପାଦକ ଶ୍ରୀ ଦେବାଶିଷ ପଟ୍ଟନାୟକ ପରିଚାଳନା କରିବା ସହ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଦିର୍ଘ ୨୨ ବର୍ଷ ଧରି କର୍କଟ ପିଡ଼ିତ ଓ ଭିନ୍ନକ୍ଷମମାନଙ୍କ ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଆସୁଛି । ତତ୍‌ସହିତ ଆଗାମୀ ଦିନରେ ଏହି ପ୍ରୟାସ ଜାରି ରହିବ ଓ ସେବାକୁ ପ୍ରଶସ୍ତ କରିବା ସହିତ କର୍କଟ ପିଡ଼ିତଙ୍କ ଦ୍ୱାର ଦେଶରେ କିପରି ଉତ୍କୃଷ୍ଟ ସେବା ପହଞ୍ଚିପାରିବ ସେ ନେଇ ପ୍ରୟାସ ଜାରି ରହିବ ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପ୍ରମୁଖ ସଦସ୍ୟ ମଧ୍ୟରେ ସାଗର ମିଶ୍ର, ଗିତିକା ପଟ୍ଟନାୟକ, ରିମ୍‌ଝିମ୍ ପାତ୍ର, କୁନାଲ୍ କିଶୋର ଦାସ, ପ୍ରମୋଦ ପାତ୍ର, ସଂଯୁକ୍ତା ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *