ଇତିହାସ ରଚିଲେ ଭାରତୀୟ ଝିଅ ; ବିଦେଶ ମାଟିରେ ଲଢୁଆ ଯୁଦ୍ଧ ବିମାନ ଉଡ଼ାଇ ନୂଆ ରେକର୍ଡ କଲେ ମହିଳା ପାଇଲଟ ଅବନୀ ଚର୍ତୁବେଦୀ

ବିଦେଶ ମାଟିରେ ଲଢୁଆ ଯୁଦ୍ଧ ବିମାନ ଉଡ଼ାଇଲେ ଭାରତୀୟ ବାୟୁସେନା ମହିଳା ପାଇଲଟ। ପ୍ରଥମ କରି ବିଦେଶରେ ସୁଖୋଇ-୩୦ ଏମକେଆଇ ଲଢୁଆ ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଛନ୍ତି ବାୟୁସେନା ମହିଳା ପାଇଲଟ ଅବନୀ ଚର୍ତୁବେଦୀ। ଗତ ଜାନୁଆରୀ ୧୬ରୁ ୨୬ ତାରିଖ ଯାଏ ଜାପାନରେ ହୋଇଥିବା ଦୁଇଦେଶର ବାୟୁସେନା ସମରିକ ଅଭ୍ୟାସରେ ଭାଗ ନେଇଥିଲେ ଅବନୀ।

ଜାପାନ ଏୟାର ସେଲ୍ଫ ଡିଫେନ୍ସ ଫୋର୍ସ ଓ ଭାରତ ବାୟୁସେନାକୁ ନେଇ ବୀର ଗାର୍ଡିଆନ ୨୦୨୩ ନାମକ ଏକ ସମରିକ ଅଭ୍ୟାସରେ ଭାରତ ବାୟୁସେନା ଟିମରେ ଅବନୀ ସୁଖୋଇ-୩୦ ଏମକେଆଇ ଲଢୁଆ ଯୁଦ୍ଧ ବିମାନ ଉଡ଼ାଇଥିଲେ। ଏହାକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। ଏହା ବ୍ୟତୀତ ସେ ବାୟୁସେନାରେ କ୍ୟାରିୟର କରିବାକୁ ଯୁବକ ଯୁବତୀଙ୍କୁ ପରାମର୍ଶ ଦେଇଛନ୍ତି।

ନିଜ ପ୍ରତିକ୍ରିୟାରେ ଅବନୀ କହିଛନ୍ତି, ”ଉଡାଣ ଅଭ୍ୟାସରେ ଭାଗ ନେଇ ବହରୁ ଖୁସି ଲାଗିଲା। ବିଶେଷ କରି ବିଦେଶୀ ବାୟୁସେନା ସହିତ ଏହି ଉଡ଼ାଣ ଭରିବା ମୋ ପାଇଁ ଗର୍ବର ବିଷୟ। ଏହା ଇତିହାସ କାରଣ ପ୍ରଥମ ଥର ପାଇଁ ଅନ୍ତରାଷ୍ଟ୍ରୀୟ ଅଭ୍ୟାସରେ ସାମିଲ ହୋଇଥିଲି। ଏହା ମୋ ପାଇଁ ଏକ ବଡ଼ ଅବସର।”

ପ୍ରକାଶ ଥାଉକି ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମହିଳା ପାଇଲଟ ହିସାବରେ ପ୍ରଥମ ଥର ବିଦେଶ ବାୟୁ ସେନା ଯୁଦ୍ଧ ଅଭ୍ୟାସରେ ସାମିଲ ହୋଇ ସ୍କାର୍ଡନ ଲିଡର ଅବନୀ ଚର୍ତୁବେଦୀ ଇତିହାସ ରଚିଛନ୍ତି। ଏହା ସହ ଦେଶର ଯୁବକ ଓ ଯୁବତୀଙ୍କୁ ବାୟୁସେନାରେ କ୍ୟାରିୟର କରିବାକୁ ପ୍ରେରଣା ଦେଇଛନ୍ତି।

ସେ କହିଛନ୍ତି ଯେ ବାୟୁସେନାରେ ଯୁବକ ଓ ଯୁବତୀଙ୍କ ପାଇଁ ଅସୀମିତ ଅବସର ରହିଛି। ଜାପାନ ବାୟୁ ଅତ୍ମରକ୍ଷା ବଳ ସହିତ ୧୬ ଦିନ ଧରି ଏ ସମରିକ ଅଭ୍ୟାସ ବୀର ଗାର୍ଡିଆନ ୨୦୨୩ରେ ବାୟୁସେନା ଯୁଦ୍ଧ ବିମାନ ଉଡାଇବା ଏକ ଭଲ ଅନୁଭବ ଥିଲା।

Leave a Reply

Your email address will not be published. Required fields are marked *