ଖଲିକୋଟ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ: ପ୍ରତିବାଦରେ କର୍ମଚାରୀଙ୍କ ଧାରଣା

ବ୍ରହ୍ମପୁର: ସୋମବାର ଖଲିକୋଟ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଡ଼. ସୁଦର୍ଶନ ସାହୁଙ୍କୁ ଉତ୍ତ୍ୟକ୍ତ ଲୋକ ମାଡମାରିଛନ୍ତି ବୋଲି ପୁଲିସ ନିଟକଟରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି।
ସୂଚନାଯୋଗ୍ୟ, ଗତକାଲି  ରାତିରେ ସୁରେନ୍ଦ୍ର ପଲେଇ ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ପ୍ରସବ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଡାକ୍ତର ଦୁଇଘଣ୍ଟା ମଧ୍ୟରେ ପ୍ରସବ ହେବ ବୋଲି କହିଥିଲେ। ଦୁଇଘଣ୍ଟା ବିତିଯାଇଥିଲେ ମଧ୍ୟ ପ୍ରସବ ନହେବାକୁ ପଲେଇ ଡାକ୍ତରଙ୍କ ପାଖକୁ ଆସିବ ପ୍ରସବ କାହିଁକି ହେଲା ନାହିଁ ବୋଲି ପଚାରିଥିଲେ। ଅନ୍ତସତ୍ତ୍ୱା ମହିଳାଙ୍କ ରକ୍ତହୀନତା ଅଛି ବୋଲି ପ୍ରସବ ବିଳମ୍ବ ହେବ ବୋଲି ଡାକ୍ତର ସାହୁ କହିଥିଲେ। ଯଦି ଏଠି ପ୍ରସବ ନକରାଇବ ତେବେ ମହିଳଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନେଇପାରିବ ବୋଲି ମଧ୍ୟ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ସୁରେନ୍ଦ୍ର ଓ ତାଙ୍କ ସହିତ ଆସିଥିବା ଅନ୍ୟ ତିନି ଜଣ ଉତକ୍ଷିପ୍ତ ହୋଇ  ଡାକ୍ତର ସାହୁଙ୍କ ମୁହଁକୁ ଚାପୁଡା ଓ ପେଟକୁ ଗୋଇଠା ମାରିବାରେ ଲାଗିଥିଲେ।
ଏନେଇ ଡାକ୍ତର ସାହୁ ଖଲିକୋଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ସମ୍ପୃକ୍ତ ୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି। ଏହାର ପ୍ରତିବାଦରେ ଆଜି ମେଡ଼ିକାଲ କର୍ମଚାରୀମାନେ ଧାରଣା ଦେବା ସହ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>