ପୁଣି ରାଜଧାନୀରେ ଚାଞ୍ଚଲ୍ୟ, ବାଣୀ ବିହାର କ୍ୟାମ୍ପସରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ପୁଣି ରାଜଧାନୀରେ ଚାଞ୍ଚଲ୍ୟ । ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜି ବାଣୀ ବିହାର କ୍ୟାମ୍ପସରୁ ଏକ ଅଜଣା ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ ମୃତକ ହେଲେ ପିପିଲି ଅଞ୍ଚଳର ୨୧ ବର୍ଷିୟ ଉତ୍ତମ ନାୟକ ବୋଲି ଜଣାପଡିଛି । ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଜବତ କରାଯାଇଛି। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି। ତେବେ କିଭଳି ଏବଂ କେଇଁ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ଓ ଏହା ଏକ ହତ୍ୟା କିମ୍ବା ଆତ୍ମହତ୍ୟା ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *