ନବରଙ୍ଗପୁର ଉମରକୋଟ ବାସିନୀ ଛକରେ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍, ୩ ଜଣଙ୍କ ମୃତ୍ୟୁ

ନବରଙ୍ଗପୁର: ଉମରକୋଟ ବାସିନୀ ଛକରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍ । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା । ଗୁରୁତରଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି । ଉମରକୋଟରୁ ଅଞ୍ଚଳା ଯାଉଥିଲା କାର୍ ।

ମେଡିକାଲରୁ ଘରକୁ ଫେରିଲା ବେଳେ ଗଛରେ ପିଟିହେଲା କାର୍‌। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତରେ ନବରଙ୍ଗପୁର ଜିଲ୍ଲା ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତାର ବାସନି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ମୃତକ ହେଲେ ରାଇଘର ଥାନା ଅନ୍ତର୍ଗତ ଛତାବେଡା ଗ୍ରାମର ଗାଡ଼ି ଚାଳକ ସୁରେଶ ମଣ୍ଡଳ, ସୋନପୁର ଗ୍ରାମର ଗୌରାଙ୍ଗ ରାୟ ଓ ଉମରକୋଟ ଥାନା ଅନ୍ତର୍ଗତ ଅଞ୍ଚଳ ଗ୍ରାମର ସତ୍ୟରଞ୍ଜନ ବେପାରୀ। ଗୁରୁତର ଆହତ ଥିବା ମହିଳା ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ କାର୍‌ରେ ଜଣେ ମହିଳା ସମେତ ୪ ଜଣ ଛତିଶଗଡ଼ର ଜଗଦଲପୁରରୁ ଫେରୁଥିଲେ। ସେମାନେ ମେଡିକାଲ କାମରେ ଜଗଦଲପୁର ଯାଇଥିବା ଜଣାପଡ଼ିଛି। ରାତିରେ ଘରକୁ ଫେରିବା ବେଳେ ବାଟରେ ରାସ୍ତାକଡ଼ରେ ଥିବା ଗଛରେ କାର୍‌ଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା।

ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଆହତ ମହିଳାଙ୍କୁ ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଦୁର୍ଘଟଣାଗସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି । ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।

Leave a Reply

Your email address will not be published. Required fields are marked *