ସନସାଇନ୍ ହସ୍ପିଟାଲ୍ ରେ ଆତ୍ୟାଧୁନିକ ଲେଜର/ ବାଇପୋର୍ଟାଲ ଏଣ୍ଡୋସ୍ପାଇନ ର ଜାତୀୟ କର୍ମଶାଳା

ଭୁବନେଶ୍ୱର : ସନସାଇନ ହସ୍ପିଟାଲ ଭୁବନେଶ୍ବରରେ ଏକ 100 ଶଯ୍ୟା ବିଶିଷ୍ଟ ସ୍ନାୟୁ ରୋଗ ବିଭାଗର ଅଗ୍ରଣୀ ହସ୍ପିଟାଲ୍ ଅଟେ । ଗତ ରବିବାର, 2 ଜୁଲାଇ 23, ସନସାଇନ ହସ୍ପିଟାଲ ରେ ଆତ୍ୟାଧୁନିକ ଲେଜର/ ବାଇପୋର୍ଟାଲ ଏଣ୍ଡୋସ୍ପାଇନ ସର୍ଜରି ର ଜାତୀୟ କର୍ମଶାଳା ( National Workshop) ଅନୁଷ୍ଠିତ ହୋଇଯାଇଛି। ଏହି ଆତ୍ୟାଧୁନିକ ସ୍ପାଇନ ସର୍ଜରୀ ଦେଶରେ ବହୁ କମ୍ ସ୍ଥାନରେହୋଇପାରୁଛି ତନ୍ମଧ୍ୟରୁ ଆମ ରାଜ୍ୟରେ ଭୁବନେଶ୍ୱର ର ଲକ୍ଷ୍ମୀସାଗର ସ୍ଥିତ ସନସାଇନ୍ ହସ୍ପିଟାଲ ଅନ୍ୟତମ।ଉକ୍ତ କର୍ମଶାଳା ରେସନସାଇନ ହସ୍ପିଟାଲ ର ଲେଜର/ବାଇ ପୋର୍ଟାଲ ଏଣ୍ଡୋ ସ୍ପାଇନ ସର୍ଜରି ବିଭାଗ ର ମୂଖ୍ୟ ଡାକ୍ତର ଆତ୍ମାରଞ୍ଜନ ଦାଶ୍ ଙ୍କ ସମେତ ଉକ୍ତ ହସ୍ପିଟାଲର ଡାଇରେକ୍ଟର ତଥା ସ୍ନାୟୁ ବିଭାଗର ମୁଖ୍ୟ ଡାଃ ପୟୋଦ କୁମାର ଜେନା, ନ୍ୟୁରୋ ଏବଂ ସ୍ବାଇନ ଶଲ୍ୟ ବିଭାଗର ମୁଖ୍ୟ ତଥା ଡାଇରେକ୍ଟର ଏବଂ ପ୍ରିନ୍ସପାଲ କନସଲଟାଣ୍ଟ ବ୍ରିଗେଡ଼ିଅର ପ୍ରଫେସର ଡାକ୍ତର ପ୍ରଫୁଲ୍ଲ କୁମାର ସାହୁ, ଡାଇରେକ୍ଟର ଏବଂ ବିଶିଷ୍ଟ ଶିଳ୍ପପତି, ଡାକ୍ତର ଅୟସକାନ୍ତ ମହାନ୍ତି ଏବଂ ଡାକ୍ତର ରୋଶନ ସାହୁ ଉପସ୍ଥିତ ଥିଲେ। ଉକ୍ତ କର୍ମଶାଳାରେ ଦେଶ/ ବିଦେଶ ର ବହୁ ସୁନାମଧନ୍ୟ ବିଶେଷଜ୍ଞ ଅଂଶ ଗ୍ରହଣ କରି ଆତ୍ୟାଧୁନିକ ଲେଜର/ବାଇପୋର୍ଟାଲ ଏଣ୍ଡୋସ୍ପାଇନ ସର୍ଜରି ଉପରେ ଅତ୍ୟନ୍ତ ଉପାଦେୟ ଆଲୋଚନା କରିଥିଲେ। ଡାକ୍ତର ଆତ୍ମାରଞ୍ଜନ ଦାଶ ଙ୍କ ଏହିଆତ୍ୟାଧୁନିକ ସ୍ବାଇନ ସର୍ଜରି ଉପରେ ଉପସ୍ଥାପନା ଗବେଷଣାଭିତ୍ତିକ ଓ ଉପାଦେୟ ଥିଲା।ପ୍ରକାଶ ଥାଉ କି ଏହି କର୍ମଶାଳା ରେ ଡାକ୍ତର ଆତ୍ମାରଞ୍ଜନ ଦାଶ୍ ଦୁଇ ଜଣ ଅଣ୍ଟା ବ୍ୟଥା ଭୋଗୁଥିବା ସିଆଟିକା ରୋଗୀ ଙ୍କ ର ବାଇପୋର୍ଟାଲ ଏଣ୍ଡୋସ୍ପାଇନ ସର୍ଜରୀ କରି ପ୍ରଦର୍ଶିତ କରିଥିଲେ।ଡାକ୍ତର ଆତ୍ମାରଞ୍ଜନ ଦାଶ ସନସାଇନ୍ ହସ୍ପିଟାଲ ରେ ବହୁ ମେରୁଦଣ୍ଡ ରୋଗୀ ମାନଙ୍କ ସର୍ଜରିଏହି ଆତ୍ୟାଧୁନିକ ପଦ୍ଧତି ରେ ସଫଳ ଭାବରେକରି ସୁନାମ ଅର୍ଜନ କରିଛନ୍ତି । ପ୍ରକାଶ ଥାଉ କି ଡାକ୍ତର ଦାଶ ଏହା ପୂର୍ବ ରୁସନସାଇନ୍ ହସ୍ପିଟାଲ ରେ ଲେଜର/ ବାଇପୋର୍ଟାଲ ଏଣ୍ଡୋସ୍ପାଇନ ସର୍ଜରି ର ପ୍ରଶିକ୍ଷଣ ବହୁ ବିଦେଶୀ (ଇଉରୋପ, ଇରାକ,କେନିଆ, ସାଉଦି ଆରବ, ମାଲେସିଆ ଏବଂ ଲଗଜମବର୍ଗ) ଡାକ୍ତର ଙ୍କୁ ସଫଳତା ର ସହ ପ୍ରଦାନ କରିସାରିଲେଣି।ଏହା ସହିତ ସନସାଇନ୍ ହସ୍ପିଟାଲ, ଗତ ୨୦୨୨ ମସିହା ରେ ହାଇଟେକ୍ ମେଡିକାଲ୍ କଲେଜ ସହଭାଗିତା ରେ ଲେଜର/ବାଇପୋର୍ଟାଲ ଏଣ୍ଡୋସ୍ପାଇନ ସର୍ଜରି ର ପ୍ରଥମ ଅନ୍ତର୍ଜାତୀୟ କର୍ମଶାଳା (BESCON) ସମ୍ପାଦନ କରିବା ର ଗୌରବ ଅର୍ଜନ କରିଛି।ଏହି ହସ୍ପିଟାଲ ସବୁବେଳେ ସମସ୍ତ ନାଗରିକମାନଙ୍କୁ ଆନ୍ତର୍ଜାତୀୟ ମାନର ସ୍ୱାସ୍ଥ୍ୟ ସେବା ସୁଲଭ ମୁଲ୍ୟରେ ଯୋଗାଇ ଦେବାକୁପ୍ରତିବଦ୍ଧ। ରୋଗୀଙ୍କ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ପୁରଣ ପାଇଁ ଡାକ୍ତରଖାନାରେ ନ୍ୟୁରୋ ସାଇନ୍ସ ବିଶେଷଜ୍ଞ ମାନଙ୍କର ଏକ ବିଶେଷଟିମ ଗଠନ କରାଯାଇ ସ୍ନାୟୁ ରୋଗର ସମସ୍ତ ପ୍ରକାରର ସମସ୍ୟା କୁ ସ୍ବଳ୍ପ ଖର୍ଚ୍ଚ, ଅତ୍ୟାଧୁନିକ ଯନ୍ତ୍ରପାତିରେ ରୋଗୀର ଯଥା ଶୀଘ୍ରଆରୋଗ୍ୟ ଲାଭ, ଉତ୍ତମ ସେବା ତଥା ସରଳୀକରଣ ଚିକିତ୍ସା ଉପରେ ବିଶେଷ ଧ୍ୟାନ ଦିଆଯାଉଛି ।ଏପିଲେପ୍ସି, ବ୍ରେନ ଷ୍ଟ୍ରୋକ, ମେରୁଦଣ୍ଡର ସମସ୍ତ ଆଧୁନିକ ଚିକିତ୍ସା, ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର, ସ୍ପାଇନାଲ୍‌ କର୍ଡ ଅସ୍ତ୍ରୋପଚାର,ଏଣ୍ଡୋ ସ୍ପାଇନ ଅସ୍ତ୍ରୋପଚାର ଇତ୍ୟାଦି ବହୁ ଜଟିଳ ଅସ୍ତ୍ରୋପଚାର କରାଯାଇ ସାରା ରାଜ୍ୟରେ ତଥା ପୂର୍ବ ଭାରତରେ ଗୌରବରହାସଲ କରି ସାରିଛି। ସେହି ପରି ଓଡ଼ିଶା ସରକାରଙ୍କର ଦ୍ବାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ରାଜ୍ୟର ବହୁରୋଗୀ ମାନଙ୍କୁ ମାଗଣାରେ ଉନ୍ନତ ସେବା ଯୋଗାଇ ଦେଇଥିବାରୁ ରାଜ୍ୟ ସରକାର ଅନେକ ବାର ଉଚ୍ଚ ପ୍ରଶଂସା କରିଛନ୍ତି।ଲେଜର ତଥା ବାୟୋପୋର୍ଟାଲ ଏଣ୍ଡୋସ୍ପାଇନ ସର୍ଜରି ମାଧ୍ୟମରେ ଜଟିଳ ଓ ବହୁ ପୁରାତନ ଅଣ୍ଟା ଯନ୍ତ୍ରଣାର ସରଳ ଚିକିତ୍ସାକରାଯାଇ ଦୁଇ ଦିନ ମଧ୍ୟରେ ରୋଗୀଙ୍କୁ ଘରକୁ ଛାଡ଼ି ଦିଆଯାଉଛି। ଏହି ଅସ୍ତ୍ରୋପଚାର ପାଇଁ ଆବଶ୍ୟକୀୟ ସର୍ବନିମ୍ନ ଖର୍ଚ୍ଚ, ଯାହାସବୁ ବର୍ଗର ଲୋକଙ୍କୁ ସୁହାଇ ପାରୁଥିବା ଭଳି ଏକ ସ୍ବତନ୍ତ୍ର ପ୍ୟାକେଜ, ସନସାଇନ ହସ୍ପିଟାଲ୍ ତରଫରୁ ଘୋଷଣା କରାଯାଇଛି।ପରିଶେଷରେ ଅନୁଷ୍ଠାନର ସିଇଓ ଶ୍ରୀ ରାଜେଶ ଦତ୍ତ ନିମନ୍ତ୍ରିତ ସମସ୍ତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଜଣା ଇଥିଲେ।

Leave a Reply

Your email address will not be published. Required fields are marked *