ଆମ କଳାକାର ପରିବାର ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ

ଭୁବନେଶ୍ବର: ୟୁନିଟ-୨ସ୍ଥିତ ରାଜଧାନୀ ପୂଜା ସମିତି କାର୍ଯ୍ୟାଳୟ ପରିସରରେ ‘ଆମ କଳାକାର ପରିବାର’ ଓ ‘ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ’ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ସେଣ୍ଟ୍ରାଲ ମାର୍କେଟ ଆସୋସିଏନର ସଭାପତି ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ଜେନା ଓ ସହ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜିତ କୁମାର ମହାନ୍ତି ଅତିଥି ଭାବେ ଯୋଗଦାନ କରିଥିଲେ । ଉକ୍ତ ସଭାରେ ବାହାନଗା ରେଳ ଦୁର୍ଘଟଣାରେ ମୃତାହତ ଓ ଆହତ ବ୍ୟକ୍ତିମାନଙ୍କ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଟ. ୧, ୧୧, ୧୧୧ଙ୍କା (ଏକଲକ୍ଷ ଏଗାରହଜାର ଏକଶହ ଏଗାର) ଟଙ୍କା ସହାୟତା ରାଶି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କୁ ହସ୍ତାନ୍ତର କରାଯାଇଥିଲା । ତତସହିତ ଆମ କଳାକାର ପରିବାର ତରଫରୁ ଆମର ସଦସ୍ୟ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମିଶ୍ର (ଟୁବୁ)ଙ୍କୁ ଦୁର୍ଘଟଣା ଜନିତ ଚକିତ୍ସା ପାଇଁ ଟ. ୧୦,୦୦୦/- (ଦଶ ହଜାର) ଟଙ୍କା, ରମେଶ ଚନ୍ଦ୍ର ସାହୁ ଓ ରବିନାରାୟଣ ବାରିକ ଉଭୟଙ୍କୁ ସ୍ଵାସ୍ଥ୍ୟଗତ ସମସ୍ୟାର ଆଶୁ ସମାଧାନ ନିମନ୍ତେ ଟ.୫,୦୦୦/- (ପାଞ୍ଚ ହଜାର) ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥଲା ଉକ୍ତ କାର୍ଯ୍ୟକ୍ରମରେ ଆମ କଳାକାର ପରିବାରର ସଭାପତି କୈଳାସ ଚନ୍ଦ୍ର ସେନାପତି, ଉପସଭାପତି ଅଂଶୁମାନ ନାୟକ, ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ଅଧ୍ୟାପକ ବୀରେନ ଜେନା, ଅନୁଷ୍ଠାନର କାର୍ଯ୍ୟକାରୀ କମିଟିର ସଦସ୍ୟ ରାଜେନ୍ଦ୍ର କୁମାର ଦାଶ, ପ୍ରତାପ ଚନ୍ଦ୍ର ରାଉତ, ବ୍ରଜବଲ୍ଲଭ ନାୟକ, ପରମେଶ୍ଵର ବେହେରା, ଶରତ କୁମାର ବେହେରା, ପ୍ରଦୀପ ପଲାଇ, ପ୍ରଦୀପ କ୍ରିଷ୍ଣା ଓ ଆମ କଳାକାର ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁମ୍ଭରୁ ରୂପେ ପରିଚଳନା କରିଥିଲେ । ଏହି ସଭାରେ କଳାକାର ପରିବାରର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଓ ପରିଚାଳନା ବିଷୟରେ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *