ପବିତ୍ର କୁରାନ ପ୍ରଦର୍ଶନୀରେ ଶାନ୍ତିର ବାର୍ତ୍ତା ପ୍ରଦାନ କରୁଛି ଅହମଦିୟା ମୁସଲିମ

ବର୍ତମାନ ସମୟ ରେ ପବିତ୍ର କୁରଆନ୍ କୁ ନେଇ ଯେଉଁ ବିବାଦ ଚାଲିଅଛି ବିଭିନ୍ନ ମୁସଲମାନ ଗୋଷ୍ଠୀଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା ସମୟ ରେ ଅହମଦୀୟା ସମ୍ପ୍ରଦାୟର ଆଧ୍ୟାତ୍ମିକ ଗୁରୁ ହଜରତ ମିର୍ଜା ମସରୁର ଅହମଦ କହି ଅଛନ୍ତି ଯେ ” ଏହି ସମୟ ରେ ଆମ୍ଭର ପ୍ରତିକ୍ରିୟା ଏହା ହେବା ଉଚିତ ଯେ ଆମ୍ଭେମାନେ ପବିତ୍ର କୁରଆନର ଶାନ୍ତି ମୟ ଶିକ୍ଷାକୁ ପ୍ରାଞ୍ଜଳ ଭାବରେ ଲୋକମାନଙ୍କ ସମୁଖରେ ରଖିବା ଯା ଫଳରେ ଯେଉଁ ଲୋକ ମାନେ ଏପରି ବିବାଦ ସୃଷ୍ଟି କରିବାର ଉଦ୍ୟମ କରୁଛନ୍ତି ସେ ଏପରି ଶାନ୍ତିମୟ ଶିକ୍ଷା ଦେଉ ଥିବା ଧର୍ମ ଗ୍ରନ୍ଥ ଉପରେ ଦୋଷ ନ ଲଗାନ୍ତୁ ” ଅହମଦିୟା ମୁସଲିମ ସମ୍ପ୍ରଦାୟ ଭୁବନେଶ୍ୱର ତାଙ୍କ ଆଧ୍ୟାତ୍ମିକ ଗୁରୁଙ୍କ ଆଦେଶ ଅନୁଯାୟୀ ମସଜିଦ ହମଦ ୟୁନିଟ୍ ୪ ଠାରେ ଏକ କୁରଆନ ପ୍ରଦର୍ଶନୀର ଆୟୋଜନ କରିଥିଲା । ଏହି ପ୍ରଦର୍ଶନୀ ମାଧ୍ୟମରେ ପବିତ୍ର ଗ୍ରନ୍ଥ କୁରଆନ ର ଶିକ୍ଷା କୁ ଲୋକ ଲୋଚନରେ ପ୍ରାଞ୍ଜଳ ଭାବରେ ବୁଝାଇବା ଏବଂ ଏହା ଶିକ୍ଷା ଅନୁଯାଇ ଜୀବନ ଅତିବାହିତ କରିବା ଏବଂ ପବିତ୍ର କୁରଆନ ବିଷୟ ରେ ଉଠୁଥିବା ପ୍ରଶ୍ନ ଗୁଡିକର ଉତର ଦେବା ପାଇଁ ଏକ ପ୍ରୟାସ କରାଯାଇଥିଲା । ପବିତ୍ର କୁରଆନ ଅଲ୍ଲାହ ପରମେଶ୍ୱରଙ୍କ ବାଣୀ ଯାହା ଦେବଦୂତ ଜିବ୍ରାଇଲଙ୍କ ମାଧ୍ୟମରେ ହଜରତ ମହମ୍ମଦଙ୍କ ଉପରେ ୨୩ ବର୍ଷ ଅନ୍ତରାଳରେ ଅବତୀର୍ଣ୍ଣ ହୋଇଥିଲା ଏବଂ ଅଲ୍ଲାହ ପରମେଶ୍ୱର ଏହି ପବିତ୍ର ଗ୍ରନ୍ଥ କୁରଆନ ବିଷୟରେ କହିଥିଲା ଯେ ” ଆମ୍ଭେ ଏହି ପବିତ୍ର କୁରଆନରେ ବାସ୍ତବିକ ପ୍ରତ୍ୟେକ (ଆବଶ୍ୟକ) ବିଷୟକୁ ବିଭିନ୍ନ ପ୍ରଣାଳୀରେ ବର୍ଣ୍ଣନା କରିଅଛୁ, କିନ୍ତୁ ଅଧିକାଂଶ ଲୋକ (ଏ ସଂକ୍ରାନ୍ତରେ) ଅବଜ୍ଞା (ମୂଳକ ପନ୍ଥା ଗ୍ରହଣ) କରି ପ୍ରତ୍ୟେକ ବିଷୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଆଜିକା ଯୁଗରେ ଅହମଦିୟା ସମ୍ପ୍ରଦାୟ ୭୬ ଭାଷାରେ ପବିତ୍ର କୁରଆନର ଅନୁବାଦ କରିସାରିଅଛି ଏବଂ ଏହି ପଦର୍ଶନୀ ରେ ୨୦ରୁ ଉର୍ଦ୍ଧ ଭାଷାରେ ଅନୁବାଦ ହୋଇଥିବା ପବିତ୍ର କୁରଆନର ପଦର୍ଶନ କରି “ପ୍ରେମ ସଭିଙ୍କ ପାଇଁ ଘୃଣା କାହାପାତି ନୁହେଁ” ର ସ୍ଲୋଗାନ ଦେଇ ପ୍ରତେକ ଜାତି ଗୋଷ୍ଠୀ କୁ ଆମନ୍ତ୍ରିତ କରା ଯାଇ ଥିଲା ଯାହାଫଳରେ ନିଜ ଏବଂ ଅନ୍ୟ ମାନଙ୍କ ଧର୍ମ ଗ୍ରନ୍ଥ ର ସନମାନ ଆମ ହୃଦୟରେ ସୃଷ୍ଟି ହେଉ ଅଲ୍ଲାହ ପରମେଶ୍ୱର ଏହା କରିବା ପାଇଁ ଆମ୍ଭକୁ ଶକ୍ତି ପ୍ରଦାନ କରନ୍ତୁ |

Leave a Reply

Your email address will not be published. Required fields are marked *