୨୦୦ ୟୁନିଟ ବିଜୁଳି ଫ୍ରି ଦାବୀରେ ସି.ପି.ଏମ ର ଟାଟା ପାୱାର ଅଫିସ ଘେରାଉ

ଭୁବନେଶ୍ୱର : ଓଡିଶା ବାସୀ ପ୍ରତି ପରିବାର ପିଛା ୨୦୦ ୟୁନିଟ ବିଜୁଳି ମାଗଣlରେ ଯୋଗାଇଦେବା, ଘନ ଘନ ବିଜୁଳି କାଟ ବନ୍ଦ କରି ଅବାରିତ ଗୁଣାତ୍ମକ ବିଜୁଳି ଯୋଗାଇଦେବା, ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ କରିବା ଇତ୍ୟାଦି ଦବୀରେ ଆଜି ସି ପି ଆଇ (ଏମ ) ଭୁବନେଶ୍ୱର ଆଞ୍ଚଳିକ କମିଟି ତରଫରୁ ଟାଟା ପାୱାର ମୁଖ୍ୟ କାର୍ଯ୍ୟାଳୟ ଏକ ଘଣ୍ଟା ଧରି ଘେରାଉ କରାଯାଇଥିଲା l ମୁଖ୍ୟ କାର୍ଯ୍ୟନିର୍ବାହୀ ଙ୍କ ଅନୁପସ୍ଥିତିରେ ମହାପ୍ରବନ୍ଧକ ଓ ବରିଷ୍ଠ ଅଧିକାରୀ ମାନେ ଆସି ଘେରାଉ ସ୍ଥଳରୁ ନେତୃତ୍ୱ ଙ୍କ ଠାରୁ ଦାବିପତ୍ର ଗ୍ରହଣ କରି ଉଚିତ ପଦକ୍ଷେପ ନିଆଯାଉଛି ବୋଲି ପ୍ରତିଶୃତି ଦେଲାପରେ ଆନ୍ଦୋଳନ ବନ୍ଦ କରାଯାଇଥିଲା l

ଅନୁରୂପ ଭାବରେ ଆଉ ଏକ ସମାନ ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦୀପ୍ତ ନାୟକ, ମିନତୀ ପାଣିଗ୍ରାହୀ, ବୈକୁଣ୍ଠ କୁମାର ସାହୁ, ଚାମୁର ସୋରେନ, ନୟନା ନାୟକ, ଵିମଳି ନାୟକ ଏକ ପ୍ରତିନିଧି ଦଳରେ ଯାଇ ପ୍ରଦାନ କରିଥଲେ l ମହୋଦୟ ତୁରନ୍ତ ସରକାର ଙ୍କ ନିକଟକୁ ଦାବିପତ୍ର ପଠାଇବେ ବୋଲି ପ୍ରତିଶୃତି ଦେଇଥିଲେ l

ଏହି ଘେରାଉ ଆନ୍ଦୋଳନ ରେ ନେତୃତ୍ୱ ନେଇ ଭୁବନେଶ୍ୱର ସି ପି ଏମ ନେତା ଶ୍ରୀ ପ୍ରଦୀପ୍ତ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ରାଜ୍ୟ ସରକାର ଗୁଣାତ୍ମକ ବିଜୁଳି ସମଗ୍ର ଓଡିଶା ବାସୀଙ୍କୁ ଯୋଗାଇ ଦେବାକୁ ପ୍ରତିଶୃତି ଦେଇ ଟାଟା କମ୍ପାନୀକୁ ବିଜୁଳି ବିତରଣ ଦାଇତ୍ୱ ଦେଇଦେଲେ l 20 ହଜାର କୋଟି ଟଙ୍କା ରାଜ୍ୟ ତହବିଲିରୁ ଖର୍ଚ୍ଚ କରି ଟାଟା ପାଇଁ ଭିତିଭୂମି ପ୍ରସ୍ତୁତ କଲେ ମାତ୍ର ଗୁଣାତ୍ମକ ବିଜୁଳି ତ ଦୂରରକଥା ଅତ୍ୟନ୍ତ ନିଆଁ ହୁଳା ତାତି ସମୟରେ ଘନ ଘନ ବିଜୁଳି କାଟ ଓଡିଶା ବାସୀଙ୍କ ପିଠିରେ ଚମଡା ଚାବୁକ ମାରିବା ସଦୃଶ ହୋଇଛି l ପାର୍ଟି ତାହାକୁ ତୀବ୍ର ନିନ୍ଦା କରିବା ସହିତ ରାଜ୍ୟ ବାସୀଙ୍କୁ ମାଗଣା ରେ 200 ୟୁନିଟ ବିଜୁଳି ଯୋଗାଇ ଦେବାକୁ ଦାବିକରିଛନ୍ତି l ଏହି ଦାବୀ ହାସଲ କରିବା ପର୍ଯ୍ୟନ୍ତ ପାର୍ଟି ତରଫରୁ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ନାୟକ କହିଛନ୍ତି l ଏହି ଆନ୍ଦୋଳନ ରେ ନେତୃତ୍ୱ ନେଇ ବକ୍ତବ୍ୟ ଦେଇଥିଲେ ପାର୍ଟି ନେତା ଶ୍ରୀ ପ୍ରଭାତ ପାଣିଗ୍ରାହୀ, ବୈକୁଣ୍ଟ ସାହୁ, ମିନତୀ ପାଣିଗ୍ରାହୀ ପ୍ରମୁଖ l ଶତାଧିକ କର୍ମୀଙ୍କ ଏହି ଘେରାଉ ଆନ୍ଦୋଳନ ରେ ନେତୃତ୍ୱ ନେଇଥିଲେ ବସନ୍ତ ସ୍ୱାଇଁ, ରାମଚନ୍ଦ୍ର ତ୍ରିପାଠୀ ଓ ବସନ୍ତ ସାହୁ l

Leave a Reply

Your email address will not be published. Required fields are marked *