ନାଁ ଏବଂ ଲୋଗୋ ବଦଳାଇ ଟ୍ବିଟର ହେଲା X

Twitter now ‘X’; ଏଲୋନ୍ ମସ୍କ ଆଉ ଟ୍ବିଟର୍ । ଯେବେଠୁ ଏଲନ୍‌ ମସ୍କ ଟ୍ବିଟରକୁ କିଣିଛନ୍ତି ସେଦିନଠୁ କୌଣସି ନା କୌଣସି କାମକୁ ନେଇ ସେ ଏବଂ ଟ୍ବିଟର ଚର୍ଚ୍ଚାରେ ରହିଛି । କେତେବେଳେ ୟୁଜରକୁ ନେଇ ତ ଆଉ କେତେବେଳେ ବ୍ୟବହାର କୁ ନେଇ । ଆଉ କେତେବେଳେ ଛଟେଇକୁ ନେଇ ଚର୍ଚ୍ଚାରେ । ଟ୍ବିଟର କିଣିବା ଦିନଠାରୁ ଏହାକୁ ନୂଆ ରୂପ ଦେବା ପାଇଁ ଲାଗି ପଡ଼ିଛନ୍ତି ଏଲନ୍ ମସ୍କ । ଆଉ ମାତ୍ର ଏକ ବର୍ଷ ମଧ୍ୟରେ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ଗତ ବର୍ଷ ଟ୍ବିଟରକୁ ନିଜ କବଜାକୁ ନେଇଥିବାବେଳେ ଏବେ ଏହାରୁ ନାଁ ଏବଂ ଲୋଗୋକୁ ପରିବର୍ତ୍ତନ କରିଦେଇଛନ୍ତି । ରବିବାର ଟ୍ବିଟର ଲୋଗୋ ‘ଉଡ଼ନ୍ତା ଚଢ଼େଇ’ ମୁକ୍ତ କରାଯିବ ବୋଲି ଏଲନ୍‌ ମସ୍କ ନିଜ ଟ୍ବିଟରରେ ସୂଚନା ଦେଇଥିଲେ । ଏହାପରେ ସୋମବାର ସେହି ପକ୍ଷୀକୁ ମୁକ୍ତ କରି ତା ଜଗାରେ Xକୁ ସ୍ଥାନ ଦେଇଛନ୍ତି । ଅର୍ଥାତ୍ ଟ୍ବିଟରର ଲୋଗ ଉଡ଼ନ୍ତା ଚଢ଼େଇ ବଦଳରେ X ହୋଇଯାଇଛି । ଏହାସହ ନୀଳ ରଙ୍ଗ ବଦଳରେ X ଲୋଗୋ କଳାରେ ଆସୁଛି ।

ଏଥି ସହିତ ଟ୍ୱିଟରର ଡୋମେନ୍ ମଧ୍ୟ ଟ୍ବିଟର ଡଟ୍ କମରୁ X.com କୁ ବଦଳାଯାଇଛି । ଆପଣ ଏହାକୁ ମଧ୍ୟ ଯାଞ୍ଚ କରିପାରିବେ । ଯଦି ଆପଣ x.com ସର୍ଚ୍ଚ କରନ୍ତି, ଏହା ଆପଣଙ୍କୁ twitter.comକୁ ଯିବାକୁ ନିର୍ଦ୍ଦେଶ କରିବ ଏବଂ ଆପଣଙ୍କର ଟ୍ବିଟର ପୃଷ୍ଠା ଖୋଲିବ ।

ଏଲନ୍ ମସ୍କ ମଧ୍ୟ ଏନେଇ ସବିଶେଷ ତଥ୍ୟ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ନିଜ ଆକାଉଣ୍ଟରେ ସେ ଲେଖିଛନ୍ତି ଯେ ଖୁବ୍‌ ଶୀଘ୍ର ଆମେ ଟ୍ବିଟରର ବ୍ରାଣ୍ଡ ଏବଂ ପକ୍ଷୀମାନଙ୍କୁ ବିଦାୟ ଦେବୁ। ଏଥି ସହିତ, ଅନ୍ୟ ଏକ ଟ୍ବିଟରେ ମସ୍କ ଲେଖିଛନ୍ତି ଯେ ସେ ଆଜି ରାତି ସୁଦ୍ଧା ଏକ ଭଲ ଲୋଗ ପୋଷ୍ଟ କରିବେ, ଯାହା ଆଜିଠାରୁ ଅର୍ଥାତ ୨୪ ଜୁଲାଇରୁ ଲାଇଭ୍ ହେବ। ଯାହାପରେ ଆପଣ ଟ୍ବିଟରର ନୂଆ ନାଁ, ଏବଂ ଲୋଗ ଦେଖିପାରିବେ ।

ମୁଁ ଆପଣଙ୍କୁ କହିଦେବାକୁ ଚାହୁଁ କି ଟ୍ବିଟରର ନୂଆ ଲୋଗୋ X ହେବ । ଏହାର କାରଣ ହେଉଛି ଏଲୋନ୍ ମସ୍କ କହିଛନ୍ତି ଯେ ସେ X ଶବ୍ଦକୁ ବହୁତ ପସନ୍ଦ କରନ୍ତି | ଏହା ସହିତ ସେ ତାଙ୍କର ସମସ୍ତ କମ୍ପାନୀ ନାମରେ X ଶବ୍ଦ ବ୍ୟବହାର କରିଛନ୍ତି । ସ୍ପେସ୍ ଏକ୍ସ ହେଉ କିମ୍ବା ଜାଇ ହୋଉ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଟ୍ବିଟର X ଭାବେ ପରିଚିତ ହେବ ।

ଜୁଲାଇ ୨୩ରେ, ଏଲନ୍ ମସ୍କ ୩ ସେକେଣ୍ଡର ଭିଡିଓ ନିଜ ଟ୍ବିଟରରେ ସେୟାର କରିଥିଲେ । ଯେଉଁଥିରେ X ଦୃଶ୍ୟମାନ ହୋଇଥିଲା । ସେ ତାଙ୍କର ପ୍ରୋଫାଇଲ୍ ଫଟୋ ମଧ୍ୟ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ X ତାଙ୍କ ଫଟୋରେ ଦୃଶ୍ୟମାନ ହେଉଛି ।

Leave a Reply

Your email address will not be published. Required fields are marked *