ବିଜେପି ରାଜ୍ୟ କାର୍ଯ୍ୟାଳୟରେ କାରଗିଲ ବିଜୟ ଦିବସ

ଭୁବନେଶ୍ୱର : କାରଗିଲ ଯୁଦ୍ଧରେ ଭାରତୀୟ ସୈ ନ୍ୟମାନେ ପରାକାଷ୍ଠା ପ୍ରଦର୍ଶନ କରି ଶତ୍ରୁପକ୍ଷକୁ ଧରାଶାୟୀ କରିଥିଲେ। ଏହି ଯୁଦ୍ଧରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନିମନ୍ତେ ଜୁଲାଇ ୨୬କୁ ଦେଶବ୍ୟାପୀ କାରଗିଲ ବିଜୟ ଦିବସ ପାଳନ କରାଯାଉଛି। ଏହି ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ
କାରଗିଲ ବିଜୟ ଦିବସ ପାଳନ କରାଯାଇଛି। ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ସଜ୍ଜନ ଶର୍ମାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଅବସରପ୍ରାପ୍ତ ସେନାଧିକାରୀ କ୍ୟାପଟେନ୍ କରୁଣାକର ନାଥ, ସର୍ଜେଣ୍ଟ ସୀତେଶ କୁମାର ପଣ୍ଡା, ଦେବରାଜ ୱାଇଁ, ଉମେଶ ଚନ୍ଦ୍ର ଚଇନି, ରଞ୍ଜନ କର ପ୍ରମୁଖ ଉପସ୍ଥିତ ରହି କାରଗିଲ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢ଼ିବାର ଶିକ୍ଷା ଦେଇଛି କାରଗିଲ୍‌ ଯୁଦ୍ଧ ବୋଲି ମତ ପ୍ରକାଶ କରିଥିଲେ । ଭେଟେରାନ ଯବାନ ମାନେ ଓ ଆର.ଓ.ପି ରେ ଥିବା ବିସଂଗତିକୁ ନେଇ ଆଲୋଚନା କରିଥିଲେ l କେନ୍ଦ୍ର ସରକାରଙ୍କର ଅବସର ପ୍ରାପ୍ତ ସୈନିକ ମାନଙ୍କ ପ୍ରତି ବୈମାତୃକ ମନୋଭାବ ଏବଂ ଓଆରଓପି-2 ରେ ସେବାନିବୃତ୍ତ ସୈନିକ ମାନଙ୍କୁ MSP ରେ ଭେଦଭାବ ଯୋଗୁ ଦୁଃଖ ପ୍ରକାଶ କରିଥିଲେ l ଏହାର ପ୍ରତିକାର ପାଇଁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ କେନ୍ଦ୍ର ସରକାର ଙ୍କୁ ଅବଗତ କରାଇବେ ବୋଲି ପ୍ରତିଶୃତି ଦେଇଥିଲେ l ଗତ ୯ ବର୍ଷର ମୋଦି ଶାସନରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇଛି। ଅଗ୍ନିପଥ ଯୋଜନାରେ ମୋଦି ସରକାର ଦେଶର ସେନାବହିନୀକୁ ଅଧ୍ୟକ ସଶକ୍ତ କରିଛନ୍ତି ବୋଲି ସେମାନେ କହିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ବିଜେପିର ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନ୍‌ଗୋ, ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଭେଟେରାନ ଜବାନ ମାନେ ମାଷ୍ଟର କ୍ୟାଣ୍ଟିନ ଛକକୁ ଯାଇ କାରଗିଲ ଯୁଦ୍ଧରେ ବଳିଦାନ ଦେଇଥିବା ବୀର ସୈନିକ ମାନଙ୍କୁ ଦୀପ ଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଥିଲେ l

Leave a Reply

Your email address will not be published. Required fields are marked *