ଅଭୂତପୂର୍ବ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦୁଇ ଦିନ ପାଇଁ ସଟଡାଉନ ହେଲା ଇରାନ

ଇରାନ୍ ର ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ୍ ଚଳିତ ସପ୍ତାହର ବୁଧବାର ଏବଂ ଗୁରୁବାର ଦିନ ‘ଅଭୂତପୂର୍ବ ଗରମ’ କାରଣରୁ ସରକାରୀ ଛୁଟି ଘୋଷଣା କରିଛି ଏବଂ ବୟସ୍କ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ଘର ଭିତରେ ରହିବାକୁ କହିଛି।

ଦକ୍ଷିଣ ଇରାନର ଅନେକ ସହରରେ କିଛି ଦିନ ଧରି ପ୍ରବଳ ଗରମ ଅନୁଭୂତ ହୋଇଛି । ଚଳିତ ସପ୍ତାହରେ ଦକ୍ଷିଣସହର ଅହୱାଜରେ ତାପମାତ୍ରା ୧୨୩ ଡିଗ୍ରୀ ଫାରେନହାଇଟ୍ (୫୧ ସେଲସିୟସ) ଅତିକ୍ରମ କରିଥିବା ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି।

Leave a Reply

Your email address will not be published. Required fields are marked *