ସମାଜସେବାରେ ସମର୍ପିତା ସରଳା : ରାଜନିତୀ ଓ ସମାଜସେବା ପରସ୍ପର ପରିପୁରକ

ଭୁବନେଶ୍ବର : ପାର୍ଟି ଅଫିସ୍‌ରେ ସେ ଅପା ନାଁ ରେ ବେଶ୍‌ ପରିଚିତ | ସରଳା ଅପା କହିଲେ ସମସ୍ତେ ଜାଣନ୍ତି| ବିଜୁ ଜନତା ଦଳ ଅଫିସ୍‌ରେ ମନ୍ତ୍ରୀ ଠୁ ଆରମ୍ଭ କରି ବରିଷ୍ଠ ତଥା କନିଷ୍ଠ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ସରଳା ଅପା ଏକ ପରିଚିତ ନାମ| ସେ ହେଉଛନ୍ତି ସରଳା ସ୍ବାଇଁ| ବିଜୁ ଜନତା ଦଳ ରାଜ୍ୟ ମହିଳା ଶାଖାର ସମ୍ପାଦିକା |

ପିଲାବେଳୁ ଅନ୍ୟମାନଙ୍କ ଠାରୁ କିଛି ଅଲଗା କରିବାର ଇଚ୍ଛା ତାଙ୍କୁ ଆଜି ଆଣି ଏ ସ୍ଥାନରେ ପହଞ୍ଚାଇ ପାରିଛି| ଉତ୍କଳ ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏସନ୍‌ କରି ସାରିବା ପରେ ବିବାହ କରି ସାଂସାରିକ ଜୀବନରେ ସାଧାରଣ ଭାବେ ଗୃହିଣୀ ଥିବା ସରଳା ଘର ପାଖର ବସ୍ତି ପିଲାଙ୍କୁ ପାଠ ପଢାଇବାରୁ ନିଜର ସାମାଜିକ କାମ ଆରମ୍ଭ କରିଥିଲେ| ପରେ ପରେ ମହିଳା ସଶକ୍ତିକରଣ ତଥା ସ୍ବାସ୍ଥ୍ୟ ସଚେତନତା କ୍ଷେତ୍ରରେ ସହରାଞ୍ଚଳର ଅନୁନ୍ନତ ଅଞ୍ଚଳରେ ନିଜର ସାମାଜିକ ଦାୟିତ୍ବବୋଧର ପରିଚୟ ଦେଇ ଅନ୍ୟମାନନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି| ନେତୃତ୍ବ ନେବାର ଅସମ୍ଭବ ଦକ୍ଷତା ଥିବାରୁ ସବୁ ସମୟରେ ଲୋକଙ୍କ ସହ ରହି ବିଭିନ୍ନ ସମସ୍ୟାକୁ ସାଙ୍ଗଠନିକ ବ୍ୟବସ୍ଥା ଜରିଆରେ ସମାଧାନ କରିଆସିଛନ୍ତି ସେ| ସାଧାରଣ ଗୃହିଣୀ ଭାବେ ଘରେ ବସି ନରହି ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ରହି ଲୋକଙ୍କ ସେବାରେ ଜୀବନ ଜିଇଁବାରେ ଆନନ୍ଦ ପାଉଥିବା ଏହି ମିଷ୍ଟଭାଷୀ ମହିଳା ଜଣଙ୍କ ଏବେ ବିଜେଡିର ରାଜ୍ୟ ମହିଳା ଶାଖାର ସମ୍ପାଦିକା ଅଛନ୍ତି| ତା ସହ କସ୍ତୁରବା ନାରୀ ମହଲ, ସତ୍ୟ ଜୟ ସେବା ସଙ୍ଘ ପରି ସାମାଜିକ ଅନୁଷ୍ଠାନ ସହ ଓତଃପ୍ରତଃ ଭାବେ ଜଡିତ| ସମାଜସେବାରୁ ରାଜନୀତିକୁ ଆସିଥିବା ସରଳା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବରେ ଅନୁପ୍ରାଣିତ ହୋଇ ୨୦୦୩ରେ ବିଜୁ ଜନତା ଦଳରେ ଏକ ସାଧାରଣ କର୍ମୀ ଭାବେ ଯୋଗ ଦେବା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ଦକ୍ଷ ରାଜନୈତିକ ସଙ୍ଗଠକ ଭାବେ ନିଜକୁ ପ୍ରମାଣିତ କରିଆସିଛନ୍ତି| ଦିର୍ଘ ୧୩ ବର୍ଷ ହେବ ସାଧାରଣ ନିର୍ବାଚନ ଠାରୁ ଆରମ୍ଭ କରି ବିଭିନ୍ନ ଉପ-ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ପ୍ରଚାର ତଥା ପର୍ଯ୍ୟବେକ୍ଷକ ଦାୟିତ୍ବରେ ରହି ଦଳକୁ ଜିତାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଆସିଛନ୍ତି| କ୍ରମାଗତ ଭାବେ ନିଜର ସାଙ୍ଗଠନିକ ଦକ୍ଷତା ପ୍ରମାଣିତ କରି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବିଶ୍ବାସଭାଜନ ହୋଇପାରିଛନ୍ତି| ଏତେ ଦିନ ଧରି ଦଳରେ ଥାଇ ମଧ୍ୟ ନିର୍ବାଚନରେ ଲଢିବାର ସୁଯୋଗ ନମିଳିବା ପ୍ରଶ୍ନରେ ସେ କୁହନ୍ତି, ମୁଁ ବିଜୁ ଜନତା ଦଳରେ ମିଶିବା ବେଳେ କୌଣଷି ପଦପଦବୀ ବା ନିର୍ବାଚନ ଲଢିବାର ଅଶା ରଖିନଥିଲେ| ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ସାଧାରଣ କର୍ମୀ ଭାବେ ଯୋଗ ଦେଇଥିଲି| ମୋର ସାଙ୍ଗଠନିକ ନେତୃତ୍ବକୁ ଭରସା କରି ମୋତେ ଦଳ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ଦାୟିତ୍ବ ଦିଆଯାଇଛି, ଯାହାକୁ ମୁଁ ନିଷ୍ଠାର ସହ ତୁଲାଇ ଆସିଛି ଏବଂ ଆଗକୁ ମଧ୍ୟ ମୋର କାର୍ଯ୍ୟ ଏହିପରି ଭାବେ ଜାରି ରହିବ| ଯଦି ଭବିଷ୍ୟତରେ ଦଳୀୟ ନେତୃବୃନ୍ଦ ମୋ ଉପରେ ଭରସା କରି କିଛି ବି ଦାୟିତ୍ବ ଦେବେ ତାହା ମୁଁ ପୁରଣ କରିବାକୁ ଯଥାସାଧ୍ୟ ଚେଷ୍ଟା କରିବି| ରାଜନୀତି ଜରିଆରେ ସାଧାରଣ ଲୋକଙ୍କ ପାଇଁ କିଛି କରିବାକୁ ଇଚ୍ଛାଥିବାରୁ ନିର୍ବାଚନ ଲଢିବାର ଆଶା ତ ନିଶ୍ଚୟ ରହିବ, ହେଲେ ଦଳୀୟ ବିଧିବ୍ୟବସ୍ଥା ସହକାରେ ଯଦି ମୋତେ କିଛି କରିବାର ସୁଯୋଗ ଦିଆଯାଏ ତେବେ ମୁଁ ନିଶ୍ଚିନ୍ତ ରୁପେ ଦାୟିତ୍ବବାନ ହୋଇ କାର୍ଯ୍ୟ କରିବି|

ଖାଲି ସମାଜସେବା ବା ରାଜନିତୀ ନୁହେଁ ବିଭିନ୍ନ ସାମ୍ପ୍ରତିକ ପରିସ୍ଥିତି ଉପରେ ଲେଖିବା ମଧ୍ୟ ତାଙ୍କର ଅନ୍ୟ ଏକ କୃତିତ୍ବ| ବିଭିନ୍ନ ପତ୍ରପତ୍ରିକା ଓ ସମ୍ବାଦପତ୍ରରେ ବିଭିନ୍ନ ସମୟରେ ତାଙ୍କର ସୁନ୍ଦର ସୁନ୍ଦର ପ୍ରେରଣାଦାୟୀ ଲେଖାମାନ ପ୍ରକାଶ ପାଇଛି|

ସରଳାଙ୍କ ପରିବାର କହିଲେ ସ୍ବାମୀ ଏବଂ ଗୋଟିଏ ପୁଅ ଓ ଗୋଟିଏ ଝିଅ| ପିଲାମାନେ ବଡ ହୋଇ ନିଜ ନିଜର ସଂସାର କଲେଣି| ସ୍ବାମୀଙ୍କ ଅବସର ପରେ ଭୁବନେଶ୍ବର ବରଗଡ ଅଞ୍ଚଳରେ ରହୁଥିବା ସରଳାଙ୍କ ପ୍ରତି ସ୍ଥାନୀୟ ଲୋକଙ୍କର ଏକ ସ୍ବତନ୍ତ୍ର ସମ୍ମାନ ରହିଛି| ସ୍ଥାନୀୟ ଅଞ୍ଚଳର ଲୋକମାନେ ବିଭିନ୍ନ ସମସ୍ୟା ନେଇ ତାଙ୍କ ପାଖକୁ ଆସିଲେ ସେ ସେସବୁର ସମାଧାନ ପାଇଁ ଯଥେଷ୍ଟ ଯତ୍ନବାନ ହୋଇଥାନ୍ତି, ଯାହାକି ତାଙ୍କୁ ସେହି ଅଞ୍ଚଳରେ ଯଥେଷ୍ଟ ଲୋକପ୍ରିୟ କରାଇପାରିଛି| ସବୁବେଳେ ଲୋକଙ୍କ ସହ ରହିବା କାରଣରୁ ଭୁବନେଶ୍ବରର ପ୍ରାୟ ସମସ୍ତ ଅଞ୍ଚଳରେ ତାଙ୍କ ନେତୃତ୍ବ ପ୍ରତି ଏକ ଦୃଢ ସମର୍ଥନ ରହିଛି ବୋଲି ମନେହୁଏ|

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.