ବିଶ୍ୱର ସପ୍ତାଶ୍ଚର୍ଯ୍ୟ ଏବେ ଦେଖିବାକୁ ମିଳିବ ଓଡ଼ିଶାରେ…ଜାଣନ୍ତୁ କେଉଁଠି

ତାଜମହଲ ,ଗ୍ରେଟ ୱାଲ୍ ଅଫ ଚାଇନା, ଷ୍ଟାଚୁ ଅଫ ଲିବଟି ,ଆଇଫଲ ଟାୱାର, ପିରାମିଡ ପରି ସପ୍ତାଶ୍ଚର୍ଯ୍ୟ ଏବେ ଓଡ଼ିଶାର ଗଞ୍ଜାମ. ଦେଖିବାକୁ ମିଳିବ |

ଛତ୍ରପୁର ନୂଆ ପୋଲିସ ଲାଇନ ସ୍ଥିତ ଜୟଗୁରୁ ମନ୍ଦିର ସମ୍ମୁଖରେ ଏମିତି ଏକ ପାର୍କ ନିର୍ମାଣ ହେଉଛି

ରାଜ୍ୟରେ ଏଭଳି ପାର୍କ କେଉଁଠି ଆଗରୁ ନିର୍ମାଣ ହୋଇନଥିବା ବେଳେ ପ୍ରଥମ କରି ଗଞ୍ଜାମ ଜିଲ୍ଲାର ସଦରମହାକୁମା ଏହା ଦେଖିବାକୁ ମିଳିବ ଏବଂ ପର୍ଯ୍ୟଟକ ମାନେ ଏହାର ମଜା ଉଠାଇ ପାରିବେ ଫିଲ୍ମ ସୁଟିଂ,ପ୍ରି ପୋଷ୍ଟ ବୋଡିଙ୍ଗ ସୁଟ ଏବଂ ଫୋଟଗ୍ରାଫି ପାଇଁ ଏହି ପାର୍କ ଉପଲବ୍ଧ ହେବ ।

କେବଳ ଏତିକି ନୁହେଁ ପକ୍ଷୀ ଘର,ପ୍ରଜାପତି ଘର, ଆଦିପୁରୁଷ ପ୍ରତିମୂର୍ତ୍ତି , ମ୍ୟୁଜିକଲ ଫାଉଣ୍ଟନ ସହ ମନୋରଞ୍ଜନ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଏଠାରେ ଥିବା ତାଜମହଲ ଆଇଫଲ୍ ଟାୱାର ଏବଂ ଅନ୍ୟ କଳାକୃତି ଅବିକଳ ପରି ଦେଖାଯାଉଥିବା ବେଳେ କେବଳ ଉଚ୍ଚତା କମ କରାଯାଇଛି । ଯାହାକୁ ବାହାର ରାଜ୍ୟର କାରିଗର ମାନେ ନିର୍ମାଣ କରୁଛନ୍ତି । ତାଜମହଲର ଉଚ୍ଚତା ୨୦ଫୁଟ ଥିବା ବେଳେ ପିରାମିଡର ଉଚ୍ଚତା ୨୨ଫୁଟ ଏବଂ ଷ୍ଟାଚୁ ଅଫ ଲିବଟି ୨୮ଫୁଟ । ଯୀଶୁଙ୍କ ମୂର୍ତ୍ତି ୩୦ଫୁଟ ଏବଂ ଆଇଫଲ୍ ଟାୱାର ୪୫ଫୁଟ ସହ ଗ୍ରେଟ ୱ।ଲ ଅଫ ଚାଇନା ୨୫୬ ଫୁଟ ଲମ୍ବା ର ନିର୍ମାଣ ହେଉଛି । ଆସନ୍ତା ଅକ୍ଟୋବର ସୁଦ୍ଧା ଏହାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ଏହି ପାର୍କଟିର ଉଦ୍ଘାଟନ କରିବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *