ଗୁରୁଙ୍କୁ ପୂଜିଲେ ଶିଳ୍ପୀ ଛାତ୍ରଛାତ୍ରୀ : ପାରମ୍ପରିକ ରୀତିରେ ପାଳନ କଲେ ଗୁରୁ ଦିବସ

ଭୁବନେଶ୍ୱର : ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପାରମ୍ପରିକ ରୀତିରେ ପାଳନ କରିଛନ୍ତି ପବିତ୍ର ଗୁରୁ ଦିବସ। ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ମହାନ୍ ଗୁରୁ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଅବସରରେ ତାଙ୍କ ସ୍ମୃତି ଚାରଣ କରିଥିଲେ।ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ ଓ ପ୍ରକୃତ ଶିକ୍ଷ୍ୟା ବିଷୟରେ ଆଲୋକପାତ କରିଥିଲେ।ଏକଲବ୍ୟ ପରି ନିଜ ଶିକ୍ଷାରେ ଏକାଗ୍ରତା ଓ ଏକନିଷ୍ଠ ରହିବା ଆବଶ୍ୟକ ବୋଲି ଗୁରୁଜୀବୃନ୍ଦ ମତପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *