ଆଜି ପବିତ୍ର ବିଜୟା ଦଶମୀ: ମା’ ମାଗିବେ ମେଲାଣି; ନମସ୍ତେ ଠାରୁ ଆରମ୍ଭ କରି ‘ସିନ୍ଦୂର ଖେଳ’, ‘ବିଜୟାର ପ୍ରଣାମ’ ପାଇଁ ପ୍ରସ୍ତୁତ ବଙ୍ଗୀୟ ମହିଳା

ଆଜି ବିଜୟା ଦଶମୀ ପାଇଁ ଏମଭି 79 ଅଞ୍ଚଳ ଚଳଚଞ୍ଚଳ ଥିଲା। ବିଜୟା ଦଶମୀରେ ଆଜି ମାଙ୍କ ଅପରାଜିତା ପୂଜା, ଦଶମୀ ପୂଜା, ସୋମନାଥ ବ୍ରତ, ଆରତି, ପୁଷ୍ପାଞ୍ଜଳି ଓ ପୂର୍ଣ୍ଣାହୁତି ହୋଇଥିଲା। ଏ ହା ସହ ମା’ଙ୍କ ପ୍ରତିମାଙ୍କୁ ବିସର୍ଜନ କରାଯାଇଛି।ଆଜି ସକାଳୁ ପୂଜା ମଣ୍ଡପ ଓ ଶକ୍ତି ପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।ଆଜି ମଣ୍ଡପ ନିକଟରେ ଦେଖିବାକୁ ମିଳିଥିଲା ବଙ୍ଗୀୟ ପରମ୍ପରାର ଝଲକ। ପୂଜା ମଣ୍ଡପରେ ବଙ୍ଗୀୟ ମହିଳାମାନେ ମାଆଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଧୁନ୍‌ଚୀ ନୃତ୍ୟ କରିଥିଲେ। ପରେ ସିନ୍ଦୁର ଖେଳି ମା’ଙ୍କୁ ବିଦାୟ ଜଣାଇଥିଲେ। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସିନ୍ଦୁର ଖେଳ ହୋଇଥିଲା।

Report by Surajkumar Behera

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>