ଜୟଲଳିତାଙ୍କ ଶଶିକଳା ବିରୋଧୀ ଭିଡିଓ ରିଲିଜ୍‌ କଲା ଇପିଏସ୍‌ କ୍ୟାମ୍ପ୍‌

ଚେନ୍ନାଇ: ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡ଼ି କେ ପାଲାନୀସ୍ୱାମୀଙ୍କୁ କ୍ଷମତାଲୋଭୀ ବୋଲି ଅଭିଯୋଗ କରି ତାଙ୍କୁ ଏବଂ ତାଙ୍କ ଉପମୁଖ୍ୟମନ୍ତ୍ରୀ ଓ ପନ୍ନୀରସେଲ୍‌ଭାମ୍‌ଙ୍କୁ ପଦଚ୍ୟୁତ କରିବେ ବୋଲି ଟିଟିଭି ଦିନକରଣ ପଣକରି କହିବାର ଦିନକ ପରେ ରାଜସ୍ୱ ମନ୍ତ୍ରୀ ଆର୍‌ ବି ଉଦୟକୁମାର ଗୁରୁବାର ଦିନ କିଛି ସିଡି ରିଲିଜ୍‌ କରିଛନ୍ତି।
ଯଦି ସେମାନେ ତାଙ୍କର ଦୀର୍ଘ ଦିନର ସହଯୋଗିନୀ ଭି ଶଶିକଳା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ରଖନ୍ତି ସେମାନଙ୍କୁ କ୍ଷମା ଦିଆଯିବ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା କର୍ମୀମାନଙ୍କୁ ଚେତାଇ ଦେଉଥିବାର ଦୃଶ୍ୟାବଳୀ ସେ ତିନି ମିନିଟ୍‌ ସମୟ ଅବଧି ସିଡିରେ ରହିଛି। ୨୦୧୧ରେ ସେମାନଙ୍କ ମଧ୍ୟରୁ ସମସ୍ତଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। କିଛି ମାସ ପରେ ଶଶିକଳା ପୁଣି ଫେରିଥିବାବେଳେ ଅନ୍ୟ ସମସ୍ତେ ଜୟଲଳିତାଙ୍କ ମୃତ୍ୟୁ ଯାଏଁ ବହିଷ୍କୃତ ହୋଇ ରହିଥିଲେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>