୨୦ ଅକ୍ଟୋବରରୁ ଜନତା ମଇଦାନରେ କଳିଙ୍ଗ ଗରବା ରାସ – ୨୦୨୩

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨୦ ତାରିଖରେ ଭୁବନେଶ୍ଵର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଅଛି କଳିଙ୍ଗ ଗରବା ରାସ – ୨୦୨୩ । ନବରାତ୍ର ଅବସରରେ ଆୟୋଜିତ ହେବାକୁ ଥିବା ଏହି ଦାଣ୍ଡିଆ ମହୋତ୍ସବ ରାଜଧାନୀର ଅନ୍ୟତମ ଆକର୍ଷଣ ହେବ । ସେବା ପ୍ରୟାସ ଫାଉଣ୍ଡେସନ ତରଫରୁ ଦୁଇ ଥର ସଫଳତାର ସହ ଆୟୋଜିତ ହୋଇ ସାରିଥିବା ଏହି ଅନନ୍ୟ ଉତ୍ସବ ଏବର୍ଷ ମଧ୍ୟ ଲୋକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଦେବ ବୋଲି ଆୟୋଜକ ମାନେ ଆଶାବାଦୀ । ଏନେଇ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି ଏବଂ ଏହି ମହୋତ୍ସବରୁ ସଂଗୃହିତ ଅର୍ଥ ସମାଜର ଅସହାୟଙ୍କ ସେବାରେ ଲାଗିବ ବୋଲି ଜଣାଯାଇଛି ।

୨୦ ରୁ ୨୪ ଅକ୍ଟୋବର ପ୍ରତ୍ୟେକ ଦିନ ସନ୍ଧ୍ୟା ୬ ରୁ ରାତ୍ର ୯.୪୫ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ଦାଣ୍ଡିଆ ମହୋତ୍ସବ ପରିସରରେ ଖାଦ୍ୟପେୟ, ନୃତ୍ୟ ପାଇଁ ପ୍ରଶସ୍ତ ମଞ୍ଚ ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ମଧ୍ୟ ଉପଲବ୍ଧ ହେବ । ଆଜି ଏନେଇ ଆୟୋଜକଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *