କମିଶନରେଟ ପୋଲିସର ସାଇବର ସୁରକ୍ଷା ଅଭିଯାନରେ ଲୋକଙ୍କୁ କରାଯାଉଛି ସଚେତନ

ଭୁବନେଶ୍ବରରେ କମିଶନରେଟ ପୋଲିସର ସାଇବର ସୁରକ୍ଷା ଅଭିଯାନ । ସାଇବର କ୍ରାଇମରୁ ସୁରକ୍ଷା ଦେବାକୁ ଲୋକଙ୍କୁ କରାଯାଉଛି ସଚେତନ । ଭୁବନେଶ୍ବର କିସ ସ୍କୋୟାରରୁ ଇନଫୋସିଟି ଦେଇ ଶିଖରଚଣ୍ଡି ପର୍ଯ୍ୟନ୍ତ ହୋଇଛି ମାରାଥନ ଦୌଡ଼ କାର୍ଯ୍ୟକ୍ରମ । ଏଥିରେ ୬୦୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ । ସତର୍କ ରୁହ, ସୁରକ୍ଷିତ ରୁହ ସଚତନତା ବାର୍ତ୍ତା ନେଇ ସଚେତନତା ରାଲି ହୋଇଥିଲା । ସାଇବର ସେଫଟି ନେଇ ସମସ୍ତଙ୍କୁ ସଚେତନ କରାଇଥିଲେ ସିପି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ । ଛାତ୍ରଛାତ୍ରୀମାନେ ସାଇବର ସଚେତନତା ଥିମ ଗୀତରେ ଡ୍ୟାନ୍ସ କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟ, କଲେଜ, କିସ ଛାତ୍ରଛାତ୍ରୀ ଓ ବହୁ ଲୋକ ସାମିଲ ହୋଇଥିଲେ । ଯେଉଁମାନେ ଦୌଡ଼ ପ୍ରତିଯୋଗିତାରେ ଜିତିଥିଲେ ସେମାନଙ୍କୁ ମେଡାଲ ପ୍ରଦାନ କରିଥିଲେ ସିପି ଏସ.କେ ପ୍ରୟଦର୍ଶୀ ଓ ଡିସିପି ପ୍ରତୀକ ସିଂ ।

ଭଦ୍ରକରେ ଆରମ୍ଭ ହୋଇଛି ସାଇବର ସୁରକ୍ଷା ଅଭିଯାନ । ଭଦ୍ରକ ଗାନ୍ଧୀ ପଡ଼ିଆରୁ ହାଇସ୍କୁଲ ଓ କଲେଜଛାତ୍ର ଛାତ୍ରୀଙ୍କୁ ନେଇ ଏକ ଗଣଦୌଡ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଗଣଦୌଡ଼କୁ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ବରୁଣ ଗୁଣ୍ଠୁପାଲି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସଚେତନତା ଗଣଦୌଡ଼ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ନିକଟରେ ପହଞ୍ଚିଥିଲା । ସେହିଭଳି ଭଦ୍ରକ ରାଜଘାଟରୁ ଏକ ବାଇକ ଓ ସାଇକେଲ ଶୋଭାଯାତ୍ରା ଜିଲ୍ଲାପାଳଙ୍କ ଅଫିସ ନିକଟରେ ପହଁଚିତିଲା । ପରେ ସେଠାରେ ଏସପି ବରୁଣ ଗୁଣ୍ଠୁପାଲି ଉପସ୍ଥିତ ଯୁବକ ଏବଂ ଯୁବତୀଙ୍କୁ ସାଇବର କ୍ରାଇମ ଠାରୁ ଲୋକେ ନିଜକୁ କେମିତି ଦୂରେଇ ରଖି ପାରିବେ ସେନେଇ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *