ସନାତନ ଶକ୍ତି ସେନା ପକ୍ଷରୁ ସନାତନ ସଂସ୍କାର ଶିକ୍ଷା ଶିବିର ଏବଂ ସାମୁହିକ ହନୁମାନ ଚାଳିଶା ପାଠ

ଭୁବନେଶ୍ୱର : ଆଜି ପବିତ୍ର ମହାଳୟା ଏବଂ ଶନିବାର ଯୁକ୍ତ ଅମାବାସ୍ୟା ଅବସରରେ ସ୍ଥାନୀୟ ରବି ଟକିଜ୍ ଛକ ନିକଟବର୍ତ୍ତୀ ରବି କମ୍ପ୍ଲେକ୍ସ ର ଲତିକା କନ୍‌ଭେନ୍‌ସନ୍ ରେ “ସନାତନ ସଂସ୍କାର ଶିକ୍ଷା ଶିବିର ଏବଂ ସାମୁହିକ ହନୁମାନ ଚାଳିଶା ପାଠ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସନାତନ ଶକ୍ତି ସେନା’ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସନ୍ଥ ବିଷ୍ଣୁ ଗିରି, ସ୍ୱାମୀ ଅଭେଦାନନ୍ଦ ସରସ୍ବତୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଂସ୍କାର ମୂଳକ ସନ୍ଦେଶ ଦେବା ସହ ହନୁମାନ ଚାଳିଶା ପାଠରେ ସାମିଲ ହୋଇଥିଲେ। ଅପରାହ୍ନ ୪ଟାରୁ ହୋମ କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରୁ ସଂସ୍କାର ଶିକ୍ଷା ଏବଂ ତା’ପରେ ସାମୁହିକ ହନୁମାନ ଚାଳିଶା ପଠନ କରାଯାଇଥିଲା। ପ୍ରଭାତରୁ ଉଠିବା ଠାରୁ ଆରମ୍ଭ କରି ରାତ୍ରିରେ ସୋଇବା ପର୍ଯ୍ୟନ୍ତ ଦିନଚର୍ଯ୍ୟାରେ କିପରି ସନାତନ ସଂସ୍କାରକୁ ଆପଣାଇ ହେବ ତାହା ଶିକ୍ଷା ଦିଆଯାଇଥିଲା। ଲତିକା କନ୍‌ଭେନ୍‌ସନ୍ ର ତତ୍ବାବଧାରକ ଅଶୋକ ମହାପାତ୍ର ହୋମ କାର୍ଯ୍ୟରେ ପୁରୋଧା ଭାବରେ କାର୍ଯ୍ୟାରମ୍ଭ କରିଥିଲେ। ସଂସ୍କାର ଯୁକ୍ତ ଛାତ୍ର ହିଁ ଭବିଷ୍ୟତରେ ସୁଦକ୍ଷ ନାଗରିକ ହୋଇ ପାରିବେ ବୋଲି ସନାତନ ଶକ୍ତି ସେନା ପକ୍ଷରୁ ଆବାହକ ଶାରଦା ମହାପାତ୍ର ମତବ୍ୟକ୍ତ କରିଥିଲେ। ସମାଜସେବୀ ସଞ୍ଜୟ ପରିଡା ଶିବିର ପରିଚାଳନା କରିଥିବା ବେଳେ ପଚାଶରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ପ୍ରଦୀପ ଖୁଣ୍ଟିଆ, ପ୍ରବାସୀ ଓଡିଆ ପ୍ରଦୀପ ରଥ, ଡ଼ ଗିରୀଶ ରଞ୍ଜନ ସାହୁ, ସମାଜସେବୀ ଶିବାନୀ ମହାପାତ୍ର ଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହାୟକ ହୋଇଥିଲେ ବୋଲି ଆବାହକ ଶାରଦା ମହାପାତ୍ର ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *