ବନ୍ଧୁକ ଛାଡି ମୁଖ୍ୟ ସ୍ରୋତକୁ ଫେରିଲେ ଏହି ହାର୍ଡକୋର ମାଓବାଦୀ

ଟ୍ରିଗର ମୂନରେ ବିକାଶ ଆଣିବାକୁ ଥିଲା ତାଙ୍କ ଚିନ୍ତାଧାରା ।ଜଙ୍ଗଲରେ ସଂଗ୍ରାମ କରିବା ସମୟରେ ହାତରେ ଏ-କେ ୪୭ ଧରି ଆତଙ୍କ ଖେଳାଉଥିଲେ ସେ । ତିନି ରାଜ୍ୟ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ହାର୍ଡକୋର ମାଓବାଦୀ ଏବେ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।ଟ୍ରିଗର ବଦଳରେ ହାତରେ ଧରିଛନ୍ତି ହଳ ଲଙ୍ଗଳ । ଦିନେ ଘଞ୍ଚ ଜଙ୍ଗଲ ଥିଲା ତାଙ୍କ ଠିକଣା । ଏବେ ଚାଷ କ୍ଷେତ୍ରରେ କଟୁଛି ଦିନ ।ଟ୍ରିଗର ମୂନ ଯେତେବେଳେ କଥା କହୁଥିଲା, ସେତେବେଳେ ଥରି ଉଠୁଥିଲା ଗାଁ । ପ୍ରତି ମୁହୂର୍ତ୍ତରେ ଚାଲିଥିଲା ରକ୍ତର ହୋଲି। ପଥଭ୍ରଷ୍ଟ ହୋଇ ଜଳ ଜଙ୍ଗଲ ଜମି ଅଧିକାର ପାଇଁ ଲଢ଼େଇ କରୁଥିଲେ। ଏଥିପାଇଁ ହାତରେ ଧରିଥିଲେ ବନ୍ଧୁକ ହେଲେ ସେ ଦିନ ଆଉ ନାହିଁ । ଏବେ କିନ୍ତୁ ନିଜକୁ ଭଲକରି ସେ ବୁଝି ଯାଇଛନ୍ତି । ସକାଳୁ ସଞ୍ଜ ଯାଏ ପରିବାର ସହ ଚାଷଜମିରେ ଖଟୁଛନ୍ତି । ଅନ୍ୟମାନଙ୍କ ଭଳି ହଳ ଲଙ୍ଗଳରେ ଚାଷ କରୁଛନ୍ତି । ଏବେ ଫସଲ କାଟିବାର ବେଳ । ହାତରେ ଦା’ ଧରି ଧାନ ଗଛ କାଟିବାରେ ବ୍ୟସ୍ତ ସୁକଦେବ। ମାଓବାଦୀଙ୍କ ଅସଲ ମୁଖା ଚିହ୍ନିପାରି ରେଡ କରିଡରରୁ ମୁହଁ ଫେରାଇଛନ୍ତି ସୁକଦେବ ଓ ତାଙ୍କ ପତ୍ନୀ ।ସୁକଦେବ ଦିନେ ତିନି ରାଜ୍ୟ ପାଇଁ ଥିଲେ ମୋଷ୍ଟ୍ ଓ୍ଵାଣ୍ଟେଡ୍ ଏବଂ ତାଙ୍କ ଇଙ୍ଗିତରେ ଫୁଟୁଥିଲା ଗୁଳିଗୁଳା ହେଲେ ବାସ୍ତବତା ବୁଝିବା ପରେ ନିଜକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଚାଷ କାମକୁ ନିଜର ପେଶା ବନାଇଛନ୍ତି । ଏଥିରେ ସହଯୋଗ କରୁଛନ୍ତି ତାଙ୍କ ପତ୍ନୀ ।ଚାଷ କାମ କରି ଅନ୍ୟ ପଥଭ୍ରଷ୍ଟ ଯୁବକ ଯୁବତୀଙ୍କୁ ଦେଇଛନ୍ତି ବାର୍ତ୍ତା।

Report by Suraj Kumar Behera

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.