କଳିଙ୍ଗ ପୁସ୍ତକ ମେଳାରେ ସାମାଜିକ ଅନୁଷ୍ଠାନ ମମତା ପକ୍ଷରୁ ‘ସମାଜରେ ମହିଳା ଲେଖିକା ମାନଙ୍କ ପ୍ରଭାବ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର : 26 ତମ କଳିଙ୍ଗ ପୁସ୍ତକ ମେଳାର ସାରସ୍ୱତ ମଞ୍ଚ ଠାରେ ସାମାଜିକ ଅନୁଷ୍ଠାନ ମମତା ପକ୍ଷରୁ ‘ସମାଜରେ ମହିଳା ଲେଖିକା ମାନଙ୍କ ପ୍ରଭାବ’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି | ଏହି ସାରସ୍ୱତ ଆଲୋଚନା ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧ୍ୟାପିକା ପ୍ରଫେସର ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରାଜ୍ୟ ସଂଗ୍ରହାଳୟର ପ୍ରାକ୍ତନ ନିର୍ଦ୍ଦେଶିକା ଡ଼ ଜୟନ୍ତୀ ରଥ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ |
ବର୍ତ୍ତମାନ ସମାଜର ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତିରେ ମହିଳା ଲେଖିକା ମାନଙ୍କ ଲେଖାର କିଭଳି ଗୁରୁତ୍ୱ ରହିଛି ଏବଂ ଏହାର ବିଭିନ୍ନ ସକାରାତ୍ମକ ଦିଗ ଉପରେ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ | ମହିଳାଟିଏ ସୃଷ୍ଟି କରିପାରେ ତେଣୁ ସେ ହିଁ ସୃଜନର ସ୍ରଷ୍ଠା | ସୃଜନଶୀଳତା ଲେଖାର ମର୍ଯ୍ୟାଦା ବଢାଇବା ସହ ମନର ଆବେଗକୁ ପରିପ୍ରକାଶ କରିବାରେ ରାସ୍ତା ସହଜ କରିଥାଏ | ତେଣୁ ମହିଳା ଲେଖିକା ମାନେ ମନ, ଆବେଗ, ଭାବନା ସହ ଜଡିତ ତଥ୍ୟ ଓ ତତ୍ଵକୁ ଏକାଠି କରି ପାଠକଙ୍କ ନିକଟରେ ପହଙ୍ଚିଲେ ତାହା ଅଧିକ ଗ୍ରହଣୀୟ ହୋଇ ପାରିବ ବୋଲି ଅତିଥି ମାନେ କହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଡ଼ ଜ୍ୟୋତ୍ସ୍ନା ମହାପାତ୍ର, ଡ଼ ସୁମିତ୍ରା ମିଶ୍ର, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ପ୍ରମୁଖ ଆଲୋଚନାଚକ୍ରରେ ଭାଗ ନେଇ ନିଜର ବକ୍ତବ୍ୟ ରଖିଥିଲେ |
ସମ୍ପାଦକ ଦିଲ୍ଲୀପ ଦ୍ବିବେଦୀ କାର୍ଯ୍ୟକ୍ରମ ସମ୍ପାଦନା କରିଥିବା ବେଳେ, ଯୁଗ୍ମ ସମ୍ପାଦିକା ଡ଼ ଶ୍ରୀ ମିଶ୍ର ଏବଂ ଡ଼ ତରୁଲତା ଦ୍ବିବେଦୀଙ୍କ ତତ୍ୱାବଧାନରେ ଆଲୋଚନଚକ୍ର ପରିଚାଳିତ ହୋଇଥିଲା |

Leave a Reply

Your email address will not be published. Required fields are marked *