ନିୟମ ଉଲ୍ଲଙ୍ଘନ କରିବା ଏୟାର ଇଣ୍ଡିଆ ଏୟାରଲାଇନ୍ସକୁ ପଡ଼ିଲା ମହଙ୍ଗା ; ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏୟାର ଇଣ୍ଡିଆ ଉପରେ ୧ କୋଟି ୧୦ ଲକ୍ଷ ଟଙ୍କା ଫାଇନ୍‌

ନିୟମ ଉଲ୍ଲଙ୍ଘନ କରିବା ଏୟାର ଇଣ୍ଡିଆ ଏୟାରଲାଇନ୍ସକୁ ପଡ଼ିଲା ମହଙ୍ଗା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏୟାର ଇଣ୍ଡିଆକୁ ପଡିଛି ଛାଟ । ମୋଟା ଅଙ୍କର କରାଯାଇଛି ଫାଇନ୍‌। ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଡିଜିସିଏ ଏୟାର ଇଣ୍ଡିଆ ଉପରେ ୧ କୋଟି ୧୦ ଲକ୍ଷ ଟଙ୍କା ଜରିମାନା କରିଛି। ଏୟାର ଇଣ୍ଡିଆର ଜଣେ କର୍ମଚାରୀଙ୍କ ଅଭିଯୋଗ ପରେ ଏହି ପଦକ୍ଷେପ ନିଆଯାଇଛି।

କର୍ମଚାରୀ ଜଣକ ଅଭିଯୋଗ କରିଛନ୍ତି ଯେ ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ କେତେକ ଗୁରୁତ୍ୱପୂର୍ଣ୍ଣ ଦୂରଗାମୀ ରୁଟରେ ବିମାନ ଉଡ଼ାଣରେ ସୁରକ୍ଷା ନିୟମ ଉଲ୍ଲଂଘନ କରାଯାଇଛି। ଅଭିଯୋଗ ମିଳିବା ପରେ ତଦନ୍ତ କରାଯାଇଥିଲା। ଯାଞ୍ଚ ପରେ ମାମଲାଟି ସତ୍ୟ ବୋଲି ଜଣାପଡିଥିବା ଡିଜିସିଏ କହିଛି। ତେଣୁ ଏୟାର ଇଣ୍ଡିଆ ଲିମିଟେଡର ଉତ୍ତରଦାୟୀ ମ୍ୟାନେଜରଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

କାରଣ ଦର୍ଶାଅ ନୋଟିସର ଉତ୍ତର ମିଳିବା ପରେ ବିଧି ବ୍ୟବସ୍ଥା ଅନୁଯାୟୀ ଧାର୍ଯ୍ୟ କରାଯାଇଥିବା ସର୍ତ୍ତରେ ପରୀକ୍ଷା କରାଯାଇଥିଲା। ଏହାପରେ ବିମାନର କାର୍ଯ୍ୟ ସୁରକ୍ଷା ନିୟମ ବିରୁଦ୍ଧ ଥିବା ଜଣାପଡିଥିଲା। ତେଣୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଏୟାର ଇଣ୍ଡିଆ ଉପରେ ୧ କୋଟି ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ଡିଜିସିଏ କହିଛି।

Leave a Reply

Your email address will not be published. Required fields are marked *