ବିଜେପିରେ ମିଶିଲେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ | ରାଜ୍ୟ କାର୍ଯ୍ୟାଳୟରେ ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶିଲେ |

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଜେଡିର ବହୁ ବରିଷ୍ଠ ନେତା ଓ ବିଧାୟକମାନେ ବିଜେପିରେ ସାମିଲ ହେଉଛନ୍ତି। ଏହି କ୍ରମରେ ଆଜି ବିଜେପିରେ ଯୋଗ ଦେଇଛନ୍ତି ନାଲ୍‌କୋର ପୂର୍ବତନ ସିଏମ୍‌ଡି ତପନ ଚାନ୍ଦ। ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ତପନ ଚାନ୍ଦ ବିଜେପିରେ ଯୋଗ ଦେଇଛନ୍ତି।

ବିଜେପିରେ ସାମିଲ ହେବା ପରେ ତପନ ଚାନ୍ଦ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ୩୪ ବର୍ଷରୁ ଅଧିକ ସମୟ ଧରି ମୁଁ ବିଭିନ୍ନ ବୃହତ ଶିଳ୍ପରେ କାମ କରିଛି। ନାଲ୍‌କୋର ସିଏମ୍‌ଡି ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କର ଲୋକହିତକର ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମୋତେ ସୁଯୋଗ ମିଳିଥିଲା।

ସୂଚନାଯୋଗ୍ୟ, କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଭଦ୍ରକ ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ ଓ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ବିଜେପିରେ ସାମିଲ ହୋଇଥିଲେ। ନିଜର ସମର୍ଥକଙ୍କ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମସ୍ତେ ଦଳରେ ସାମିଲ ହୋଇଥିଲା।

Leave a Reply

Your email address will not be published. Required fields are marked *