୧୪ ବର୍ଷରେ ରାଜନୈତିକ ଦଳଗୁଡ଼ିକୁ ମିଳିଛି ୮ ହଜାର ୭ ଶହ ୨୧ କୋଟି ଗୁପ୍ତଚାନ୍ଦା

ନୂଆଦିଲ୍ଲୀ : ଗତ ୧୪ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ୮,୭୨୧.୧୪ କୋଟି ଟଙ୍କା ଗୁପ୍ତଚାନ୍ଦା ମିଳିଛି। ୨୦୧୭-୧୮ରେ ଏଭଳି ୬୮୯.୪୪ କୋଟି ଟଙ୍କା ଚାନ୍ଦା ମିଳିଛି। ଏହାମଧ୍ୟରୁ ଭାଜପା ଖାତାକୁ ୮୦ ପ୍ରତିଶତ ଚାନ୍ଦା ଯାଇଛି। ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ପାଖରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଦାଖଲ କରାଯାଇଥିବା ଆୟକର ରିଟର୍ନ ତଥା ପାଣ୍ଠିର ବିଶ୍ଳେଷଣ କରାଯାଇ ଏହା ପ୍ରକାଶ କରାଯାଇଛି। ନିୟମ ଅନୁସାରେ ୨୦ ହଜାର ଟଙ୍କାରୁ କମ୍‌ ଚାନ୍ଦା କ୍ଷେତ୍ରରେ ଦାନକାରୀଙ୍କ ନାମ ସୂଚିତ କରିବାର ଆବଶ୍ୟକତା ନ ଥାଏ। ତେବେ ପ୍ରାୟତଃ ଚାନ୍ଦା ଏହିପରି ଭାବେ ରାଜନୈତିକ ଦଳଗୁଡ଼ିକର ପାଣ୍ଠିରେ ଜମା ହେଉଥିବା କୁହାଯାଉଛି। ୨୦୧୭-୧୮ରେ ଭାଜପା ଖାତାରେ ଏଭଳି ୫୫୩.୩୮ କୋଟି ଟଙ୍କା ଜମା ହୋଇଛି। ଗତ ୧୪ ବର୍ଷ ମଧ୍ୟରେ ଭାଜପା ୬୮୯.୪୪ କୋଟି ଟଙ୍କାର ଏଭଳି ପାଣ୍ଠି ସଂଗ୍ରହ କରିଛି। ଏହି ସମୟ ମଧ୍ୟରେ କଂଗ୍ରେସ ଏବଂ ଏନସିପିକୁ  ୩୫୭୩.୫୩ କୋଟି ଟଙ୍କା ମିଳିଛି। ଅଧିକ ବ୍ୟବସାୟୀ ଗୋଷ୍ଠୀ ଭାଜପାକୁ ଚାନ୍ଦା ଦେଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.