ଜୟପୁରରେ ବିଜେଡିର ଯୁବ ସମାବେଶ : ୨ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଘୋଷଣା

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ବିଜେଡିର ଯୁବ ସମାବେଶ ମଙ୍ଗଳବାର ଆୟୋଜିତ ହୋଇଯାଇଛି। ବିଜୁ ଯୁବ ବାହିନୀ ପକ୍ଷରୁ ଆଞ୍ଚଳିକ ସମାବେଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି କୋରାପୁଟରେ ୨ହଜାର କୋଟି ଟଙ୍କାର ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିଥିବା କଥା ଘୋଷଣା କରିଛନ୍ତି।

ତେଲେଙ୍ଗାରି ଜଳସେଚନ ପ୍ରକଳ୍ପକୁ ମଧ୍ୟ ଆଜି ଲୋକାର୍ପିତ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ କେବିକେର ବିକାଶ ସରକାରଙ୍କ ପ୍ରାଥମିକତାରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଯୋଗାଯୋଗ କ୍ଷେତ୍ରରେ ତିନିଟି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗିରିଲଗୁମା ଦୁଆରାଶୁଣି ନିକଟରେ ପୋଲ ନିର୍ମାଣ ହେବା ସହିତ ନନ୍ଦନପୁର-ଲମତାପୁର ରାସ୍ତା ଉପରେ ଉଚ୍ଚପୋଲ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସେହିପରି ଆଜି ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୯୭ କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.