ମାଲ୍ୟାଙ୍କ ପ୍ରତ୍ୟର୍ପଣ ଲାଗି ବ୍ରିଟେନ ସରକାରଙ୍କ ନିର୍ଦ୍ଦେଶ

ଲଣ୍ଡନ : ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ବ୍ରିଟେନ ଗୃହ ସଚିବ ସାଜିଦ ଜାଭିଦ ସୋମବାର ନିର୍ଦ୍ଦେଶ ସଂକ୍ରାନ୍ତ ଦସ୍ତାବିଜରେ ସ୍ବାକ୍ଷର କରିଛନ୍ତି। ବ୍ରିଟେନ ସରକାରଙ୍କ ଏହି ପଦକ୍ଷେପ ଯୋଗୁ ମାଲ୍ୟାଙ୍କୁ ଜୋର ଝଟ୍‌କା ଲାଗିଛି। ପ୍ରତ୍ୟର୍ପଣକୁ ବିରୋଧ କରି ଉଚ୍ଚ ଅଦାଲତରେ ଅପିଲ କରିବା ଲାଗି ମାଲ୍ୟାଙ୍କୁ ଏବେ ୧୪ ଦିନ ସମୟ ମିଳିବ। ଗୃହ ସଚିବଙ୍କ ନିର୍ଦ୍ଦେଶ ପରେ ସେ ଅପିଲ କରିବାକୁ ସୁଯୋଗ ପାଇବେ। ସୂଚନାଥାଉ କି, ଭାରତୀୟ ବ୍ୟାଙ୍କଗୁଡ଼ିକରୁ ପ୍ରାୟ ୯ହଜାର କୋଟି ଟଙ୍କାର ଋଣ ନେଇ ଲଣ୍ଡନ ପଳାଇଥିବା ମାଲ୍ୟାଙ୍କୁ ପ୍ରତ୍ୟର୍ପଣ ଲାଗି ସ୍ଥାନୀୟ ଓ୍ବେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଭାରତ ସହ ହୋଇଥିବା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ଲାଗି ଓ୍ବେଷ୍ଟ ମିନିଷ୍ଟର କୋର୍ଟ ରାୟର ଏକ କପି ବ୍ରିଟେନ ଗୃହ ସଚିବଙ୍କ ନିକଟକୁ ପଠାଇଥିଲେ। ପ୍ରତ୍ୟର୍ପଣ ଲାଗି ଏହାକୁ ବିଚାର କରି ସେ ଉକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଭାରତ ପକ୍ଷରୁ ମାଲ୍ୟାଙ୍କ ବିରୋଧରେ ଅଭିଯୋଗ ଅଣାଯିବା ପରେ ତାଙ୍କୁ ୨୦୧୭ ଏପ୍ରିଲରେ ଗିରଫ କରାଯାଇଥିଲା। ଏବେ ସେ ଜାମିନ ପାଇଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>