ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ୍‌ ଆକାଉଣ୍ଟାଟସ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ଚାପ୍ଟର ଦ୍ୱାରା ଅର୍ଥ ବିନିଯୋଗକାରୀଙ୍କ ପାଇଁ ସଚେତନ କର୍ମଶାଳା

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ୍‌ ଆକାଉଣ୍ଟାଟସ୍‌ ଅଫ୍‌ ଇଣ୍ଡିଆ ଚାପ୍ଟର ଦ୍ୱାରା ଅର୍ଥ ବିନିଯୋଗକାରୀଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହା ଉକ୍ତ ଚାପ୍ଟରର ସୁବର୍ଣ୍ଣ ଜୟନ୍ତୀ ବର୍ଷର ଜନସାଧାରଣଙ୍କର ଉନ୍ନତି ଭିତ୍ତିକ କାର୍ଯ୍ୟକ୍ରମ ବୋଲି ଚାପ୍ଟରର ଅଧ୍ୟକ୍ଷ ସିଏମ୍‌ଏ ଦାମୋଦର ମିଶ୍ର ବ୍ୟାଖ୍ୟା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୫୦ରୁ ଉର୍ଦ୍ଧ୍ୱ ମ୍ୟୁଚିଆଲ ଫଣ୍ଡ ଏବଂ ଅନ୍ୟାନ୍ୟ ସଂସ୍ଥାମାନଙ୍କରେ ଜମା ବିନିଯୋଗକାରୀମାନେ ଯୋଗଦାନ କରି ସେମାନଙ୍କର ସମସ୍ୟା ତଥା ସନ୍ଦେହ ଦୂରିଭୂତ କରିଥିଲେ ଏବଂ ସେମାନଙ୍କର ସଞ୍ଚିତ ଅର୍ଥ କିପରି ଉତ୍ତମ ପୁଞ୍ଜି ନିବେଶ କରିପାରିବେ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରିଥିଲେ। ଏହି ଅବସରରେ ସିଏମ୍‌ଏ ନିରଞ୍ଜନ ସାହୁ, ସିନିୟର ମ୍ୟାନେଜର, ଫଣ୍ଡ, ଓପିଟିସିଏଲ୍‌ ତଥା ଭୁବନେଶ୍ୱର ଚାପ୍ଟରର ପୂର୍ବତନ ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସିଏମ୍‌ଏ ରବିନ୍ଦ୍ର କୁମାର ମହାପାତ୍ର, ଆଡିସନାଲ୍‌ ଜେନେରାଲ ମ୍ୟାନେଜର ଇରକନ୍‌ ଇଣ୍ଟର୍‌ ନ୍ୟାସନାଲ ଲିଃ, ମୁମ୍ବାଇ ଯୋଗଦେଇ “ଇନ୍‌ଭେଷ୍ଟମେଣ୍ଟ୍‌ ଅପରଚ୍ୟୁନିଟି ଏବଂ ରିସ୍କ ମ୍ୟାନେଜମେଣ୍ଟ” ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ସିଏମ୍‌ଏ ମୁକେଶ ଚୌବେ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଚାପ୍ଟରର ଉପାଧ୍ୟକ୍ଷ ସିଏମ୍‌ଏ ଶକ୍ତିଧର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>