ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା: ସୁରକ୍ଷାକର୍ମୀଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଲେ ମୋଦି; ପାକିସ୍ତାନର ଏମ୍‌ଏଫ୍‌ଏନ୍‌ ମାନ୍ୟତା ରଦ୍ଦ

ନୂଆଦିଲ୍ଲୀ/ଇସଲାମାବାଦ୍‌ : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶୁକ୍ରବାର କ୍ୟାବିନେଟ୍‌ କମିଟି ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା। ଏଥିରେ ଭାରତ ପକ୍ଷରୁ ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା କରାଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ଆତଙ୍କବାଦ ବିରୋଧୀ ଅପରେଶନରେ୍‌ ସୁରକ୍ଷାକର୍ମୀଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି।  ଏହା ସହିତ ଭାରତ ପାକିସ୍ତାନର ମୋଷ୍ଟ୍‌ ଫେଭରଡ୍‌ ନେଶନ(ଏମ୍‌ଏଫ୍‌ଏନ୍‌ ) ମାନ୍ୟତା ରଦ୍ଦ କରିଛି। ବୈଠକରେ ଯେସାକୁ ତେସା ନୀତି ଆପଣେଇବାକୁ ସଦସ୍ୟମାନେ ମତ ଦେଇଥିଲେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>