ଓଡ଼ିଶା ପର୍ଯ୍ୟଟନକୁ ‘ଟୁରିଜମ୍‌ ଲିଡର୍‌ସିପ୍‌ ଆଓ୍ଵାର୍ଡ’

ଭୁବନେଶ୍ୱର: ମୁମ୍ବାଇ ଠାରେ ଅନୁଷ୍ଠିତ ଗ୍ଲୋବାଲ୍‌ ଏମ୍‌ଆଇସିଇ ଆଣ୍ଡ୍‌ ଲକ୍‌ଜୁରି ଟ୍ରଭେଲ୍‌ କଂଗ୍ରେସ୍‌ ଆଣ୍ଡ୍‌ ଆଓ୍ଵାର୍ଡସ୍‌ ଉତ୍ସବରେ ଓଡ଼ିଶା ପର୍ଯ୍ୟଟନକୁ ‘ଟୁରିଜମ୍‌ ଲିଡର୍‌ସିପ୍‌ ଆଓ୍ଵାର୍ଡ’ ପ୍ରଦାନ କରାଯାଇଛି।

ଏହି ବିଶ୍ୱସ୍ତରୀୟ ଅନୁଷ୍ଠାନ ୨୯ଟି ଦେଶର ପ୍ରତିନିଧିଙ୍କୁ ଧ୍ୟାନ ଆକର୍ଷକ ସମାବେଶ ଓ ପର୍ଯ୍ୟଟନ ପାଳନ ଉତ୍ସବରେ ସମବେତ କରିଥିଲା। ଓଡ଼ିଶା ପର୍ଯ୍ୟଟନର ସହକାରୀ ନିର୍ଦେଶକ ସୁନୀଲ କୁମାର ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ।

ପୂର୍ବରୁ ଓଡ଼ିଶା ପର୍ଯ୍ୟଟନ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏସ୍‌ଏଟିଟିଇ ୨୦୧୯ରେ ‘ଟୁରିଜମ୍‌ ବ୍ରାଣ୍ଡ୍‌ ଅଫ୍‌ ଦ ଇୟର୍‌’ ସମ୍ମାନ ହାସଲ କରିଥିଲା।

‘ଟୁରିଜମ୍‌ ଲିଟର୍‌ସିପ୍‌ ଆଓ୍ଵାର୍ଡ’ରେ ଭୂଷିତ କରିଥିବାରୁ ବିଚାରକ ମଣ୍ଡଳୀଙ୍କ ପ୍ରତି ମୁଁ କୃତଜ୍ଞ ବୋଲି ଓଡ଼ିଶା ଟୁରିଜମ୍‌ର କମିସନର୍‌-କମ୍‌-ସେକ୍ରେଟାରି ବିଶାଲ କେ. ଦେବ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.