ପିପୁଲସ୍‌ ସଲିଡାରିଟି ଫୋରମ ପକ୍ଷରୁ ପ୍ରାକୃତିକ ଦୁର୍ବିପାକ ଓ ଏହାର ପ୍ରତିହତ ପାଇଁ ଜନ ଇସ୍ତାହାର

ଭୁବନେଶ୍ୱର: ଆଜି ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ପିପୁଲସ୍‌ ସଲିଡାରିଟି ଫୋରମ ପକ୍ଷରୁ ପ୍ରାକୃତିକ ଦୁର୍ବିପାକ ଓ ଏହାର ପ୍ରତିହତ ପାଇଁ ଜନ ଇସ୍ତାହାର ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ନୂଆପଡା ଜିଲ୍ଲାର ରଣଜିତ କହିଲେ ଯେ ଜୈବିକ ପଦ୍ଧତିରେ ଦେଶି ଧାନକୁ ଅଧିକ ପ୍ରାଧାନ୍ୟ ଦିଆଗଲେ ଅନ୍ତତଃ ପକ୍ଷେ ମରୁଡିକୁ ରୋକାଯାଇପାରିବ। ଏହିପରି ଗଜପତି ଜିଲ୍ଲାର ସନ୍ତୋଷ କୁମାର ମହାରଣା କହିଲେ ଯେ, ପ୍ରାଥମିକ ସ୍ତରରୁ ସଚେତନତା ଓ ଦୁସ୍ଥ ଅଞ୍ଚଳ ଗୁଡିକର ଚିହ୍ନଟି କରଣ ପ୍ରତି ଧ୍ୟାନଦେବାକୁ ପଡିବ। ପ୍ରାକୃତିକ ଦୁର୍ବିପାକ ପୂର୍ବରୁ ଏହାର ସୂଚନାକୁ ସଠିକ୍‌ ଭାବରେ ଜାଣିବା ତଥା ଶିଶୁ, ମହିଳା ଓ ଦିବ୍ୟାଙ୍ଗ ମାନଙ୍କ ପ୍ରତି ଅଧିକ ପ୍ରାଧାନ୍ୟ ଜରୁରୀ। ଏହି ଅବସରରେ ଆକ୍ସନଏଡର ଆଞ୍ଚଳିକ ପରିଚାଳକ ଦେବବ୍ରତ ପାତ୍ର କହିଲେ ଯେ ଭନରବିଲିଟ୍‌ ମ୍ୟାପିଙ୍ଗ ଜରୁରୀ। ଏରସମାରୁ ଆସିଥିବା ପ୍ରତିନିଧି ସୀତା ପରିଡା କହିଲେ ଯେ ବ୍ୟାପକ ପରିମାଣର ବାତ୍ୟା ଆଶ୍ରୟ ସ୍ଥଳୀ, ଦାଦନ ଶ୍ରମିକକୁ ରୋକିବା ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯିବା ଦରକାର। ଅତିଥି ମାନେ ଜନ ଇସ୍ତାହାରକୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଜିତୁ ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ବି.ଏନ ଦୁର୍ଗା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>