ଦୈନିକ ସମ୍ବାଦପତ୍ର “ସିଟି ମିରର୍‌”ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଆଜି ସ୍ଥାନୀୟ ଇଡ୍‌କୋଲ୍‌ ଅଡିଟୋରିଅମ୍‌ରେ “ସିଟି ମିରର୍‌” ଦୈନିକ ସମ୍ବାଦପତ୍ର ଓ www.citymirror.com ନ୍ୟୁଜ୍‌ ପୋଟାର୍ଲ୍‌ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭାର ବରେଣ୍ୟ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଡି.ପି ଚୌଧୁରୀ ଏବଂ ସିଟିମିରର୍‌ର ସଂପାଦକ ପ୍ରଶାନ୍ତ ପଟ୍ଟନାୟକ ଓ ପ୍ରକାଶକ ଅଶୋକ ମହାନ୍ତି ଯୋଗ ଦେଇଥିଲେ। ଏହି ସମ୍ବାଦପତ୍ର କୌଣସି ରାଜନୈତିକ ଓ କୌଣସି ବଡ ଶିଳ୍ପାନୁଷ୍ଠାନ ଦ୍ୱାରା ସଂପୃକ୍ତ ନ ରହି ନିରପେକ୍ଷ ଭାବେ କାର୍ଯ୍ୟ କରିବ ବୋଲି ଏହାର ସଂପାଦକ କହିଥିଲେ। ଏବଂ ଏହା ଓଡିଶାର ପ୍ରଗତି ଓ ସମୃଦ୍ଧି ବିଷୟରେ ଲେଖିବ ବୋଲି ସେ କହିଛନ୍ତି। ଏହି ଅବସରରେ ବିଶିଷ୍ଟ ଉଦ୍ୟୋଗପତି ଜୀବନଜ୍ୟୋତି ବାରିକ ଓ ବିଶିଷ୍ଟ ନୃତ୍ୟଶିଳ୍ପୀ ମିଲନ ଖଟୁଆରୀଙ୍କୁ “ସିଟିମିରର୍‌ ସମ୍ମାନ-୨୦୧୯”ରେ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.