ପୋଲିସ୍‌ ଅଧିକାରୀଙ୍କ ନିଯୁକ୍ତି ବା ବଦଳିରେ ରାଜନୈତିକ ହସ୍ତକ୍ଷେପ

ଭୁବନେଶ୍ୱର: ରାଜ୍ୟରେ ପୋଲିସ୍‌ ଅଧିକାରୀଙ୍କର ବିଭିନ୍ନ ଥାନା ଏବଂ ଜିଲ୍ଲାରେ ନିଯୁକ୍ତି ବା ବଦଳି ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଏବଂ ଦଳୀୟ କର୍ମକର୍ତ୍ତାଙ୍କ ସୁପାରିଶ କ୍ରମେ ହୋଇଥିବାର ତଥ୍ୟ ଲୋକାଲୋଚନକୁ ଆସିଛି। ପୋଲିସ୍‌ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୧.୦୫.୨୦୧୫ ରୁ ୧୫.୧୨.୨୦୧୬ ମଧ୍ୟରେ ବିଭିନ୍ନ ଥାନାର ଥାନା ଅଧିକାରୀ, ଡିଏସ୍‌ପି, ଅତିରିକ୍ତ ଏସ୍‌.ପି ଏବଂ ଓ.ଏସ୍‌.ଏ.ପି.ବଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡରଙ୍କର ବଦଳି ପାଇଁ ରାଜନେତାମାନଙ୍କ ଠାରୁ ୮୧ଟି ସୁପାରିଶ କରାଯାଇଥିଲା। ଆଜି ଲୋହିଆ ଏକାଡେମୀରେ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପ୍ରଧାନ, ସଂଯୁକ୍ତା ପାଣିଗ୍ରାହୀ, ବିଶ୍ୱଜିତ ମହାନ୍ତି, ଅଶୋକ ନନ୍ଦ ଉପସ୍ଥିତ ରହି ଏହି ବିଷୟରେ ସୂଚନା ଦେଇଥିଲେ। ଏବଂ ପୋଲିସ୍‌ ଅଧିକାରୀମାନଙ୍କ ନିଯୁକ୍ତିରେ ଶାସକ ଦଳର ବିଧାୟକ ଏବଂ ମନ୍ତ୍ରୀମାନଙ୍କର ଅଯଥା ହସ୍ତକ୍ଷେପ ଯୋଗୁଁ ଅନେକ ସ୍ଥାନରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ପୋଲିସ୍‌ ପ୍ରଶାସକ ମୁକାବିଲା କରିବାରେ ସମର୍ଥ ହୋଇପାରିନାହିଁ ବୋଲି କହିଥିଲେ। ଏବଂ ପଞ୍ଜିକୃତ ହୋଇଥିବା ଅଭିଯୋଗରେ କେତୋଟି ତଦନ୍ତ କରାଯାଉଛି ଓ ଆଉ କିଛି ତଦନ୍ତ ହୋଇପାରୁନାହିଁ। ରାଜ୍ୟରେ ପୋଲିସ୍‌ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ବୋଲି କୁହାଯାଇଛି। ଓଡିଶା ସରକାରୀ କର୍ମଚାରୀ ଆଚରଣ ସଂହିତା ନିୟମାବଳୀ ୧୯୫୯ର ୨୩ ରୁଲ୍‌ ଅନୁଯାୟୀ “କୌଣସି ସରକାରୀ କର୍ମଚାରୀଙ୍କର ବଦଳି, ନିଯୁକ୍ତି ଏବଂ ପଦୋନ୍ନତି ପାଇଁ କୌଣସି ସରକାରୀ ବା ବେସରକାରୀ ବ୍ୟକ୍ତି ପ୍ରଭାବ ପକାଇ ପାରିବେ ନାହିଁ”। କିନ୍ତୁ ଏହି ନିୟମାବଳୀରେ ଖୋଲାଖୋଲି ଉଲଂଘନ ହୋଇଛି ଏବଂ କୌଣସି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ଉପସ୍ଥିତ ଅତିଥିମାନେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.