୬ ଦଶନ୍ଧିଧରି ଜଳବନ୍ଧି ଜୀବନ ବିତାଉଥିବା ପଂଚୟତ ବାସୀଙ୍କୁ ମିଳୁଛି କେବଳ ମିଛ ପ୍ରତିଶୃତି

ମାଲକାନଗିରି ଜ଼ିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ। ଏଠିକାର ଲୋକେ ଅତି ସରଳ । ଏହି ସରଳତାର ସୁଯୋଗ ନେଇ ଫାଇଦା ଉଠେଇବାରେ ଲାଗିପଡିଛନ୍ତି ନେତା ମନ୍ତ୍ରୀ ମନେ। ସ୍ୱାଧୀନତାର ୬ ଦଶନ୍ଧି ପରେ ବି ସ୍ୱାଧୀନତାର ସ୍ୱାଦ ଚାଖି ପାରିନାହାନ୍ତି ଏଠିକାର ଅଂଚଳ ବସିନ୍ଧା। ଏ ମାନଙ୍କ ପାଇଁ ଆଜି ବି ସ୍କୁଲ, ମେଡିକାଲ,ରାସ୍ତାଘାଟ,ପିଇବା ପାଣି ସବୁ ଅପହଞ୍ଚ। ସତେ ଯେପରି ସରକାରଙ୍କ ମୌଳିକ ଯୋଜନା ଏହି ଅବହେଳିତ ବିଛିନ୍ନାଂଚଳ ବାସିନ୍ଦାଙ୍କ ପାଇଁ ସାତ ସ୍ୱପ୍ନ। ଏହା ଛଡା ୨୫ ଟଙ୍କାର ରେସନ ଚାଉଳ ପାଇଁ ଖର୍ଚ୍ଚ କରିବାକୁ ପଡେ ୫୦ ଟଙ୍କା। ତାହା ବି ମାଇଲ ମାଇଲ ରାସ୍ତା ଚାଲିଚାଲି ଯିବାକୁ ପଡେ। କେଉଁଠି ଘୋଡା ସାହାଯ୍ୟରେ ଚାଉଳ ବୁହା ହୋଇଥାଏ ଆଉ କେଉଁଠି ସାଇକେଲ ସାହାଯ୍ୟରେ ତ ଆଉ କେଉଁଠି ଗାଡି ରେ ବୋହି ନେବାକୁ ପଡେ। ଏମିତି ଏକ ଦୋରଗୁଡା ପଂଚୟତ ଅଛି , ଯେଉଁଠି କି ଆଜି ପର୍ଯ୍ୟନ୍ତ ନିଜ ଗାଁ କୁ ରାସ୍ତା ଟିଏ ବି ନାହିଁ । ଆଉ ସେହି ଗାଁ ହେଉଛି ରସିଆଗୁଡା। ଚିତ୍ରକୋଣ୍ଡା ପାପଲୁର ମୁଖ୍ୟ ରାସ୍ତା ଠାରୁ ମାତ୍ର ୨ କି.ମି. ବ୍ୟବଧାନରେ ରହିଛି। କିନ୍ତୁ ଏହି ରାସ୍ତା ଦେଇ ଅନେକ ନେତା ମନ୍ତ୍ରୀ,ଜ଼ୀଲ୍ଲାପାଳ, ବି.ଡି.ଓ ଯିବାଆସିବା କରନ୍ତି ମାତ୍ର ଆଜିସୁଦ୍ଧା ନଜର ରେ ଆସିନି ଏହି ରସିଆଗୁଡା ଗ୍ରାମ ର ଦୂରବସ୍ଥା। ଗାଁକୁ ଖଣ୍ଡିଏ ରାସ୍ତା ନଥିବାରୁ ବର୍ଷା ଦିନେ ପିଲାଙ୍କୁ ପାଠ ପଢିବାରୁ ବଂଚିତ ହେବାକୁ ପଢୁଛି। ଏହି ଗାଁ ରେ ସ୍କୁଲ,ଅଙ୍ଗନବାଡି କେନ୍ଦ୍ର ନ ଥିବାରୁ ନିକଟ ଗ୍ରାମ ୩ କି.ମି. ଚାଲିଚାଲି ଯିବାକୁ ପଡେ ଛୋଟ ଛୋଟ ପିଲାଙ୍କୁ ନେଇ ପାଠପଢେଇବା ପାଇଁ। ସରକାରଙ୍କ ଏହି ଅଣଦେଖା ପାଇଁ ଆଜି ଏହି ଅଂଚଳ ବାସୀ ନିଜ ସମସ୍ୟାକୁ ନିଜେ ଆଦରି ନେଇଛନ୍ତି। ବର୍ତମାନ ଆରମ୍ଭ ହୋଇଗଲା ଗ୍ରୀଷ୍ମ ଋତୁ । ଗାଁ ରେ ଗୋଟିଏ ମାତ୍ର ନଳକୂପ। ତାହାରି ଉପରେ ନିର୍ଭର କରିବାକୁ ପଡେ ରସିଆଗୁଡା ଗ୍ରାମ ର ୫୦ ପରିବାରକୁ। ତାହା ବି ଦିନକୁ ୧୦/୧୫ ବାଲ୍ଟି ପାଣି ଦେଇସାରିବା ପରେ କ୍ଷମତାହୀନ ହୋଇପଡେ ନଳକୂପ। ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଜ଼ିିଲ୍ଲାପାଳ,ବି.ଡି.ଓ ସମସ୍ତଙ୍କୁ ଲିଖିତ ଓ ମୌଖିକ ଅଭିଯୋଗ ପରେ ବି ସମସ୍ୟାର ସମାଧାନ ହୋଇପାରି ନାହିଁ। ଶେଷରେ ବାଧ୍ୟ ହୋଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ନିଜର ଅସୁବିଧା ସମ୍ପର୍କରେ ଅଭିଯୋଗ କରିଥିଲେ। ଯଦି ସରକାର ପ୍ରତିଶୃତି ବଦଳରେ କାର୍ଯ୍ୟକରି ଦିଅନ୍ତେ ତେବେ ଆଉ ଅସୁବିଧା କୁ ମୁଣ୍ଡେଇ ଜୀବନ ସହ ସଂଘର୍ଷ କରିବାକୁ ପଡିନଥାନ୍ତା। ଆଗକୁ ରହିଛି ଲୋକସଭା ଓ ବିଧାନସଭା ନିର୍ବାଚନ। ସେଥିପାଇଁ ଆଜିଠାରୁ ଆରମ୍ଭ ହୋଇ ସାରିଛି ନେତା, ମନ୍ତ୍ରୀ ଙ୍କ ଲମ୍ବାଧାଡି ଅବହେଳିତ ଅଂଚଳ ମାନଙ୍କୁ। ପୁଣି ଦିଆଚାଲିଛି ମିଛ ପ୍ରତିଶୃତି। କିନ୍ତୁ ପୂର୍ବରୁ ଦେଇଥିବା ପ୍ରତିଶୃତି କେତେ କାର୍ଯ୍ୟକାରୀ ହୋଇଛି ତାହା ସମ୍ପର୍କରେ କାହା ପାଖରେ କିଛି ବି ଉତ୍ତର ନାହିଁ। ଏହି ଅନୁନ୍ନତ ଅଂଚଳ ଗୁଡିକୁ ଏକତ୍ରିତ କରି ଭୋଟ ହତେଇବାରେ ଲାଗିପଡିଛନ୍ତି ବିରୋଧୀଦଳ। ଆଉ ଏହି ଅଞ୍ଚଳ ବସିନ୍ଧା ବି ନିଜେକୁ ନିଜେ ବୁଝେଇ ବିରୋଧୀ ସହ ହାତମିଳେଇ ବାରେ ଵ୍ୟସ୍ତ। ଯାହାକୁ ଦିନେ ବିଶ୍ୱାସର ପ୍ରତୀକ ଭାବି ନିଜ ପଂଚାୟତ ବା ନିଜ ଅଞ୍ଚଳ ର ବିକାଶ ପାଇଁ ଚୟନ କରିଥିଲେ, ସେହି ଦଳ ଦୀର୍ଘ ୧୭ ବର୍ଷର ଶାସନ ପରେ ବି ସମସ୍ୟାରେ କିଛି ପରିବର୍ତନ ଆଣିପାରିନାହାନ୍ତି। ତେଣୁ ବାଧ୍ୟ ହୋଇ ବିରୋଧୀ ଦଳକୁ ଆପଣାଉଛନ୍ତି ୧୭ ଗୋଟି ପଂଚୟତ ବାସିନ୍ଧା। ଚିତ୍ରକୋଣ୍ଡା ବିଡିଓ ଙ୍କ କହିବା ଅନୁଯାୟୀ ଗଣମାଧ୍ୟମଙ୍କ ଠୁ ଜାଣିଲା ପରେ ସେ ଶିଘ୍ର ସେହି ଗ୍ରାମର ମୌଳିକ ସୁବିଧା ଯୋଗାଇ ଦେବେ ବୋଲି କହିଛନ୍ତି।

ସୂରଜ କୁମାର ବେହେରା

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>