ମେକ୍‌ସିକୋ ନାଇଟ୍‌କ୍ଲବ୍‌ରେ ଗୁଳିକାଣ୍ଡ; ଅନ୍ୟୂନ ୧୫ ନିହତ

କିଏ ଗୁଳିକାଣ୍ଡ ଘଟାଇଛି ତାହା ହଠାତ୍‌ ଜଣାପଡ଼ିନାହିଁ। ସୂର୍ଯ୍ୟୋଦୟ ପୂର୍ବରୁ ଦଳେ ସଶସ୍ତ୍ର ବ୍ୟକ୍ତି ସାଲାମାନ୍‌କା ସହରସ୍ଥିତ ଲା ପ୍ଲାୟା ମେନ୍‌ସ୍‌ କ୍ଲବ୍‌ ଠାରେ ତିନୋଟି ଭ୍ୟାନ୍‌ ରଖି ପରିସର ମଧ୍ୟକୁ ଧଷାଇ ପଶି ଗୁଳି ଚଳାଇଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି।

ନାଇଟ୍‌କ୍ଲବ୍‌ ନିକଟ ରାସ୍ତାରୁ ଗୁଳିକାଣ୍ଡ ପରେ ଉଠାଯାଇଥିବା ଏକ ଭିଡିଓରେ ଦେଖାଯାଉଛି ଧାଡ଼ି ଧାଡ଼ି ପୁଲିସ ଗାଡ଼ି। ନେପଥ୍ୟରୁ ଜଣେ ମହିଳାଙ୍କ ଅସମ୍ଭାଳ କାନ୍ଦଣା ଶୁଭିବା ସହ ସେ ଅଞ୍ଚଳକୁ ଗୋଟାଏ ଆମ୍ବୁଲାସନ୍‌ ପଶୁଛି।

ଗୁଆନ୍‌ଜୁଆଟୋ ରାଜ୍ୟ ପ୍ରୋଜେକ୍ୟୁଟର୍‌ଙ୍କ କାର୍ଯ୍ୟାଳୟ ପ୍ରକାଶ କରିଥିବା ବିବୃତି ଅନୁସାରେ, ନାଇଟ୍‌କ୍ଲବ୍‌ରେ ୧୩ ଜଣ ଲୋକ ମରିଥିବା ଜଣାପଡ଼ିଛି। ଡାକ୍ତରଖାନାକୁ ଅଣାଯିବା ପରେ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଗୁଇନ୍ଦାମାନେ ଘଟନାର ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>