ଏପ୍ରିଲ 11ରେ ଭୋଟ ଦେବେ ମାଲକାନଗିରିବାସୀ, ଆକ୍ସନ ମୁଡରେ ପ୍ରଶାସନ

ମାଲକାନଗିରି: ଏପ୍ରିଲ 11ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାର 2ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ମାଲକାନଗିରି ଓ ଚିତ୍ରକୋଣ୍ଡା । ନିର୍ବାଚନକୁ ନିରପେକ୍ଷ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି ।ନିର୍ବାଚନ ଲାଗି 19ରୁ 25 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । 28ରେ ଏହାର ଚୂଡାନ୍ତ ତାଲିକା ପ୍ରକାଶ କରିବେ ଜିଲ୍ଲା ନିର୍ବାଚନ ଅଧିକାରୀ । ମତଦାନ ଲାଗି 540ଟି ବୁଥ କରାଯାଇଥିବାବେଳେ ୨୪3ଟି ଚିତ୍ରକୋଣ୍ଡା ଓ ୨୯୭ ଟି ବୁଥ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ରହିଛି । ଜିଲ୍ଲାର ମୋଟ ୧୨୮ ଟି ବୁଥ ନକ୍ସଲ ପ୍ରବଣ ଅଞ୍ଚଳରେ ରହିଥିବା ଜିଲ୍ଲାପାଳ କହିଛନ୍ତି ।ତେବେ ସେହି ଅଞ୍ଚଳରେ କିଭଳି ଶାନ୍ତିପୂର୍ଣ୍ଣ ଭାବେ ଲୋକେ ମତଦାନ ଦେବେ, ସେ ନେଇ ପୋଲିସ ମୁତୟନ କରାଯାଇଛି । ଏଥିସହ କୁମ୍ବିଂ ଅପରେସନକୁ ଜୋରଦାର କରାଯିବ ଓ ସିସିଟିଭି କ୍ୟାମେରା ମଧ୍ୟ ବ୍ୟବହାର କରାଯିବ । ଏହି ବିଚ୍ଛିନ୍ନାଞ୍ଚଳର ୯ଟି ବୁଥରେ ହେଲିକପ୍ଟଟର ସହାୟତାରେ ପୋଲିଂ ପାର୍ଟି ପଠାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆସନ୍ତା ୧୧ ତାରିଖ ଦିନ ଜିଲ୍ଲାର ୪ ଲକ୍ଷ ୧୫ ହଜାର ଭୋଟର ମତଦାନ ଦେବେ ।

ସୂରଜ କୁମାର ବେହେରା

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>