ରାଜ୍ୟର ନକ୍ସଲ ପ୍ରଭାବିତ ଅଞ୍ଚଳରେ ନେତା ଙ୍କୁ ନୋଟା ଚିନ୍ତା

ରାଜ୍ୟର ନକ୍ସଲ ପ୍ରଭାବିତ ଅଞ୍ଚଳରେ ନେତା ଙ୍କୁ ନୋଟା ଚିନ୍ତା
୨୦୧୪ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ର ଟ୍ରେଣ୍ଡ କହୁଛି ନବରଙ୍ଗପୁର ନିର୍ବାଚନମଣ୍ଡଳୀ ସହ କିଛି ନିର୍ବାଚନ ମଣ୍ଡଳୀ ରେ ନୋଟା ଅର୍ଥାତ୍ ନନ ଅଫ୍ ଦି ଇଭଭ ଭୋଟର ଙ୍କ ସଂଖା ଅଧିକ ଚିତ୍ରକୋଣ୍ଡା ଓ ମାଲକାନଗିରି ଭଲି ନକ୍ସଲବାଦ ପ୍ରଭାବିତ ଅଞ୍ଚଳର ବିଧାନସଭା ଆସନରେ ୩% ରୁ ଅଧିକ % ଲୋକେ ନେତା ଙ୍କୁ କହିଛନ୍ତି ନା।

ନକ୍ସଲ ପ୍ରଭାବିତ ମାଲକାନଗିରି ଜିଲ୍ଲାରେ ନୋଟା ଟ୍ରେଣ୍ଡ। ନେତାଙ୍କୁ ନା କରୁଛନ୍ତି ଜନତା। ୨୦୧୪ ର ଟ୍ରେଣ୍ଡ କୁ ନେଇ ଟେନସନ ରେ ନେତା ।

ନବରଙ୍ଗପୁର ଲୋକସଭା ଆସନ। ୨୦୧୪ ରେ ନବରଙ୍ଗପୁର ଲୋକସଭା ଆସନରେ ହୋଇଥିଲା କ୍ଲୋଜ ଫାଇଟ ।ମାତ୍ର ୨୦୦୦ ଭୋଟ ରେ ବିଜେଡ଼ି ର ବଳଭଦ୍ର ମାଝୀ ଙ୍କ ଠାରୁ ନିର୍ବାଚନ ହାରି ଥିଲେ କଂଗ୍ରେସ ର ପ୍ରଦୀପ ମାଝୀ। ତେବେ ବଡ କଥା ହେଲା ନୋଟା ଅର୍ଥାତ୍ ନନ ଅଫ୍ ଦି ଏଭବ୍ କୁ ବାଛି ଥିଲେ ୪୪ ହଜାର ୪୦୮ ଭୋଟର। ନକ୍ସଲ ପ୍ରଭାବିତ ନବରଙ୍ଗପୁର ରେ ନୋଟା ଟ୍ରେଣ୍ଡ କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା।

ଦୁଇଟି ନିର୍ବାଚନ ମଣ୍ଡଳୀ କୁ ନେଇକି ମାଲାକାନଗିରି ଜିଲ୍ଲା । ଗୋଟିଏ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଓ ଆଉ ଗୋଟେ ମାଲକାନଗିରି ନିର୍ବାଚନମଣ୍ଡଳୀ

ମାଲକାନଗିରି ନିର୍ବାଚନମଣ୍ଡଳୀ

ଏହି ନିର୍ବାଚନୀ ମଣ୍ଡଳୀ ଟି ମାଲକାନଗିରି ପୌରାଞ୍ଚଳ, ମାଲକାନଗିରି ବ୍ଲକ, କାଲିମେଳା, ପୋଡ଼ିଆ, କୋରୁକୋଣ୍ଡା, ଆଦି ର ମୋଟ ୫୭ ଟି ପଞ୍ଚାୟତ କୁ ନେଇ ଗଠିତ ଏହି ନିର୍ବାଚନୀ ମଣ୍ଡଳୀ ର ମୂଖ୍ୟ ସମସ୍ୟା ଲାଲ୍ ଆତଙ୍କ । ଶିକ୍ଷା ସ୍ୱାସ୍ଥ ଗମନାଗମନ ସମସ୍ୟା ରେ ବି ଜର୍ଜରିତ ଏଠା କାର ଭୋଟର। ଗତ ଦୁଇ ପାଳି ହେଲା ଏଥି ବିଜେଡି ର ରାଜ୍। ୨୦୧୯ ରେ ବିଜେଡି ର ମୁକୁନ୍ଦ ସୋଡ଼ୀ ବିଧାୟକ ହୋଇଥିବା ବେଳେ ୨୦୧୪ ରେ କଂଗ୍ରେସ ର ମାଲ ମାଢ଼ି ଙ୍କୁ ପ୍ରାୟ ସାଢ଼େ ୩୦୦୦ ଭୋଟର ରେ ହରାଇ ବିଧାୟକ ହୋଇଥିଲେ ବିଜେଡି ପ୍ରାର୍ଥୀ ମାନସ ମାଡକାମୀ।ଗତ ନିର୍ବାଚନ ରେ ଏଥି ସାମନାକୁ ଆସିଥିଲା ଆଉ ଏକ ରୋଚକ ତଥ୍ୟ ବିଜେତା ବିଜେଡି ପଛକୁ ରହିଥିଲା କଂଗ୍ରେସ ଏବ୍ଂ ବିଜେପି ଥିବା ବେଳେ  ଚତୁର୍ଥ ସ୍ଥାନରେ ଥିଲା ନୋଟା ୩ ହଜାର ୫୫୧ ଭୋଟର ନୋଟା ରେ ଭୋଟ ଦେଇଥିଲେ।

ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀ

ଭୋଟ ଦେଇଥିଲେ ୧ ଲକ୍ଷ ୧୩ ହଜାର ୪୧୪ ଜଣ ଭୋଟର ତେବେ ନୋଟା ଅର୍ଥାତ୍ ନନ ଅଫ୍ ଦି ଏଭବ୍ ରେ ଭୋଟ ଦେଇଥିଲେ ୨୮୬୧ ଜଣ। ଅର୍ଥାତ୍ ନୋଟା ର ପ୍ରତିଶତ ଥିଲା ୨.୫୨ %

ଆଦିବାସୀ ଅଧ୍ୟୁଷିତ ଏହି ନିର୍ବାଚନମଣ୍ଡଳୀ ରେ ସମସ୍ୟା ର ଯେମିତି ଅନ୍ତ ହିଁ ନାହିଁ। ଆଦିବାସୀ ଆଞ୍ଚଲ ର ବିକାଶ ପାଇଁ ମାଳ ମାଳ ଯୋଜନା ହେଲେ ଏ ସବୁ ଯେମିତି ଭୋକ ଓ ଗରୀବି ପାଖରେ ପହଞ୍ଚି ପାରିନି ଏ ଯାଏ। ସେଥି ପାଇଁ ତ ଏଥି କେତେବେଳ ନକ୍ସଲବାଦ ଗୁଳି ରେ ଜୀବନ୍ ଯିବାର ଅଭିଯୋଗ ଆସେ ତ ପୁଣି କେତେବେଳ ଗର୍ଭବତୀ ଆମ୍ବୁଲାନ୍ସ ନ ପାଇଁ ଖଟିଆରେ ବୁହା ହେବାର ଦୁଃଖ ଦେଖିବାକୁ ମିଳେ। ଶାସକ ଦଳ ର ବିଧାୟକ ଙ୍କ ହାତରେ ଏଥି ଶାସନ ଡୋରି। ଗତ ନିର୍ବାଚନ ରେ କଂଗ୍ରେସ ର ଗଡ଼ ଭାବେ ପରିଚିତ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀ ରେ କଂଗ୍ରେସ କୁ ଚିଟ୍ କରି କ୍ଷମତାକୁ ଆସି ଥିଲେ ବିଜେଡି ର ଡମ୍ବରୁ ସୀସା ହେଲେ ଏଥି ବିକାଶ ବାଟରେ ଏବେ ମଧ୍ୟ ରହିଛି ଅନେକ କଣ୍ଟା ଏଭଲି ସ୍ଥିତି ରେ ଏଥି ୨୦୧୯ କିଭଳି ରହିଛି ପଲିଟିକାଲ୍ ପାଣିପାଗ ତାହା ଆଗକୁ ଦେଖିବାକୁ ବାକି ରହିଲା।

ସୂରଜ କୁମାର ବେହେରା

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.