ଟିକେଟ୍‌କୁ ନେଇ ମାଲକାନଗିରିରେ ବିଜେଡି ଦୁଇ ଭାଗ ଗୋଟିଏ ଭାଗ ମାନସ ମାଡକାମି ଙ୍କୁ ସମର୍ଥନ ଜଣାଉଥିବା ବେଳେ ଅନ୍ୟ ଗୋଟିଏ ମୁକୁନ୍ଦ ସୋଡ଼ୀ ଙ୍କୁ

ମାଲକାନଗିରି: ଆଗକୁ ସାଧାରଣ ନିର୍ବାଚନ । ନିର୍ବାଚନକୁ ନେଇ ସମସ୍ତ ଦଳ ଗୁଡିକ ମଧ୍ୟରେ ତତ୍ପରତା ଦେଖାଦେଲାଣି । ରାଜନୈତିକ ଉଷ୍ଣତା ମଧ୍ୟରେ ମାଲକାନଗିରି ଜିଲ୍ଲାରେ କିଏ ହେବ ବିଧାୟକ ପ୍ରାର୍ଥୀ ? ସେ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି । ଗୋଟେ ପଟେ କିଏ ହେବ ପ୍ରାର୍ଥୀ ? ତାକୁ ନେଇ ଦଳ ତରଫକୁ କୌଣସି ନିଷ୍ପତ୍ତି ନିଆଯାଇ ନଥିବା ବେଳେ ଏତିକି ବେଳେ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କ ଜିଲ୍ଲା ଗସ୍ତକୁ ଜୋରଦାର ବିରୋଧ କରିଛନ୍ତି ଖୋଦ୍ ଦଳୀୟ କର୍ମୀ ।ତେବେ ଏ ସବୁ ମଧ୍ୟରେ ବିଧାୟକ ମାନସ ମାଡକାମୀଙ୍କ ସମର୍ଥକଙ୍କ ବିଦ୍ରୋହ କରିବାକୁ ଆଗେଇ ଆସିଲେଣି । ଜିଲ୍ଲା ପୌର ପରିଷଦ ଅଧ୍ୟକ୍ଷ ଖୁଲମ ଖୁଲା ଭାବେ ମାନସଙ୍କୁ ସମର୍ଥନରେ ବାହାରି ଦଳ ତାଙ୍କୁ ଟିକେଟ୍‌ ଦେଉ ବୋଲି ଦାବି କରିଛନ୍ତି ।ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ମାଲକାନଗିରି ଓ ଚିତ୍ରକୋଣ୍ଡା ପ୍ରାର୍ଥୀ ହେବା ପାଇଁ ଅନେକ ଦାବିଦାର ଥିବା ବେଳେ ଦଳ ବିଧାୟକ ମାନସ ମାଡକାମୀଙ୍କୁ ଟିକେଟ୍‌ ନ ଦେଇ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କୁ ଟିକେଟ୍‌ ଦେଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ଜିଲ୍ଲାରେ ବିଜେଡି ମଧ୍ୟରେ ଫାଟ ଦେଖାଦେଇଛି । ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ଯାହା ନିଷ୍ପତ୍ତି ଦଳର ସୁପ୍ରିମୋ ନେବେ ଏଥିରେ ତାଙ୍କର କିଛି କହିବାର ନାହିଁ । ସେହିପରି ମୁକୁନ୍ଦ ସୋଡି ମଧ୍ୟ କହିଛନ୍ତି ଦଳ ଯାହା ଆଦେଶ ଦେବ ତାହା ସେ ପାଳନ କରିବେ ।

ଆଉ କିଛି ଦିନ ପରେ ନିର୍ବାଚନ ଥିବା ବେଳେ ଏଭଲି ନିଜ ଦଳ ମଧ୍ୟରେ ଫାଟ ସୃଷ୍ଟି ହେବା ଘଟଣା ଓ ନବରଙ୍ଗପୁର ସାଂସଦ ଙ୍କ ଇସ୍ତଫା ଦେବା ଘଟଣା ପୁରା ଜିଲ୍ଲା ରେ ଏବେ ଚର୍ଚା ର ବିଷୟ ପାଲଟିଛି ।ଅନୁସୂଚିତ ଜାତି ସଂରକ୍ଷିତ ଥିବା ଆସନ ରେ ବିଜେଡି ଓ ବିଜେବି କାହାକୁ ପାର୍ଥି କରିବ ତାହା କୁ ଜଗି ବସିଛନ୍ତି ଜିଲ୍ଲା ବାସୀ ।election ପୂର୍ବରୁ ଟିକେଟ selection ରୁ ଏଭଳି ଦଳରେ ଫାଟ ଆଗାମୀ ଦିନରେ କଣ ସ୍ଥିତି ଉପୁଜିଛି ତାହା ଦେଖିବାକୁ ବାକି ରହିଲା।

Suraj Kumar Behera

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>