ମାଓ ପ୍ରଭାବିତ ଅଞ୍ଚଳରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଏଥର ହୋଇ ପାରେ ବଡ଼ ଚ୍ୟାଲେଞ୍ଜ

ମାଓ ପ୍ରଭାବିତ ଅଞ୍ଚଳରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଏଥର ବଡ଼ ଚ୍ୟାଲେଞ୍ଜ ହୋଇ ପାରେ କାରଣ ନିର୍ବାଚନୀ ବିଗୁଲ ବାଜିଲା ପରଠୁ ଗତ ସପ୍ତାହେ ହେଲାଣି ଭିନ୍ନ ଭିନ୍ନ ଢଙ୍ଗରେ ନିଜର ଉପସ୍ଥିତି ଜାହିର୍ କରୁଛି ଲାଲ୍ ବାହୀନି। କେଉଁଠି ହତ୍ୟା ତ ଆଉ କେଉଁଠି ପୋଷ୍ଟର ମାରି ଓଡିଶା ସୀମାନ୍ତ ରେ ଆତଙ୍କ ଖେଳାଉ ଅଛି ଲାଲ୍ ବାହିନୀ। ଏହାକୁ ଦୃଷ୍ଟି ରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହେଲାଣି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି। ରବିବାର ଘୋଷଣା ହେଲା ନିର୍ବାଚନ ତାରିଖ। ସୋମବାର ମଧ୍ୟ ରାତି ରେ ମାତିଲେ ମାଓ ବାଦୀ। ଲାଲ ଗଡ଼ ରେ ରକ୍ତ ମୁଖା ହେଲେ ନକ୍ସଲ। ମାଲକାନଗିରି ମାଥିଲି ରେ ରାସ୍ତା କାମ ରେ ନିୟୋଜିତ ଥିବା ଠିକା ସଂସ୍ଥା ର ସୁପର ଭାଇଜର ଙ୍କୁ ନିର୍ମମ ଭାବେ ହତ୍ୟା କଲେ। ସଂଘ ବଦ୍ଧ ହୋଇ ଆସିଥିବା 20 ରୁ ଆଧିକ ମାଓବାଦୀ। ଡ୍ରାଇଭର ଙ୍କୁ ନିସ୍ତୁକ ମାଡ଼ ମାରିବା ସହ jcp ଓ ହାୱା କୁ ବି ଜାଳି ଦେଇଛନ୍ତି। ଘଟଣା ପରେ ସ୍ତାନୀୟ ଅଞ୍ଚଳ ରେ କୋକୁଆ ଭୟ ଖେଳେଇ ବାରେ ସକ୍ଷମ ହୋଇଥିଲା ମାଓବାଦୀ ।
ଏପଟେ ଓଡିଶା ଆନ୍ଧ୍ର ର ସୀମାନ୍ତ ମାଲକାନଗିରି ରେ ଟଳିଲେ ୨ ମାଓବାଦୀ ।ବିଶାଖାପାଟଣା ପେଦାବାଇଲୁ ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ରେ ୨ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଏ ସବୁ ଘଟଣା ପରେ ସ୍ପଷ୍ଟ ହଉଛି ଯେ ନିର୍ବାଚନ ପୂର୍ବରୁ ଲାଲ୍ ଗଡ଼ରେ ପୁଣି ସକ୍ରିୟ ହୋଇ ନିର୍ବାଚନ କୁ ଭାଣ୍ଡରୁ କରିବା ପାଇଁ ଉଦ୍ୟମ କରୁଛି ଲାଲ୍ ବାହିନୀ। ପୂର୍ବ ନିର୍ବାଚନ ମାନଙ୍କ ଭଲି ଦୁଇଟି ବଦଲରେ ଚାରୋଟି ପର୍ଯ୍ୟାୟ ରେ ନିର୍ବାଚନ କରିବା ପାଇଁ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ସୁରକ୍ଷା ଦୃଷ୍ଟିରୁ ନିୟୋଜିତ ହେବାକୁ ଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବାହିନୀ ଯେଭଳି ସୂଚାରୁ ରୂପେ ନିୟୋଜିତ ହୋଇ ପାରିବେ ତାହାକୁ ଆଖି ଆଗରେ ରଖି ଘୋଷଣା କରାଯାଇଛି। ସେହି ଭଳି ଗତ ଥର ଭଳି ଏ ବର୍ଷ ମଧ୍ୟ ମାଓ ପ୍ରବଣ ଅଂଚଳରେ ବିଏସଏଫ ର ଚୋପାର ଓ ଭୋଟିଂ ଟାଇମ ଆଲଗା ରଖା ଯିବ। ଗତ ଅକ୍ଟୋବର 30 ତାରିଖ ରେ ଛତ୍ତିଶଗଡ଼ ରେ ନିର୍ବାଚନ ପ୍ରସ୍ତୁତି ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ ମାଓ ହାମଲା ରେ ସହିଦ୍ ହୋଉଥିଲେ ଦୂରଦର୍ଶନ ର ଓଡ଼ିଆ କ୍ୟାମେରା ମ୍ୟାନ ଅଚ୍ୟୁତାନନ୍ଦ ସାହୁ। ଏବେ ମାଲକାନଗିରି ଜିଲ୍ଲା ରେ ସୁରକ୍ଷିତ ଭାବେ ସାରିବ ତ ନିର୍ବାଚନ। ମାଓ ଦମନ ରେ ସୁରକ୍ଷା ବାହିନୀ ଙ୍କୁ ମିଳିବ ତ ସଫଳତା। ଗୋଟେ ଆଡ଼େ ନିରପେକ୍ଷ ଓ ଅବାଧ ନିର୍ବାଚନ ପରିଚାଳନା କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ମାଓ ବାଦୀ ଙ୍କ ସମସ୍ତ ଯୋଜନା କୁ ପ୍ରତିହତ କରିବା ପାଇଁ ପୁଲିସ ପ୍ରସ୍ତୁତ ଥିବା ମାଲକାନଗିରି ଏସପି କହିଛନ୍ତି। ସୁରୁଖୁରୁରେ ନିର୍ବାଚନ କରାଇବା ଲାଗୀ ଅତିରିକ୍ତ ଫୋର୍ସ ମୁତୟନ କରାଯିବା ସହିତ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି ସୁରକ୍ଷା କର୍ମୀ। ଗତ ପଞ୍ଚାୟତ ନିର୍ବାଚନ ରେ ଚିତ୍ରକୋଣ୍ଡା ଅଞ୍ଚଳ ରେ ଅନେକ ୱାର୍ଡ ରେ ଭୋଟ ହେଇ ପାରି ନଥିଲା। ମାଓବାଦୀଙ୍କ ଭୟରେ ଗୋଟିଏ ଜିଲ୍ଲା ପରିଷଦ ଜୋନ ରେ ମତଦାନ କେନ୍ଦ୍ରରେ ଆସିନଥିଲେ ଭୋଟର ମାନେ। ଆଗାମୀ ନିର୍ବାଚନ କୁ ସୁରକ୍ଷିତ ଭାବେ ଶେଷ କରିବା ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାର ଙ୍କ ପାଇଁ ସବୁ ଠାରୁ ବଡ଼ ଚ୍ୟାଲେଞ୍ଜ ରହିବ।

ସୂରଜ କୁମାର ବେହେରା

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.