ଡ.ଦୁର୍ଗାଶଙ୍କର ଷଡଙ୍ଗୀଙ୍କ କବିତା ସଂଙ୍କଳନ ମୁହୂର୍ତ୍ତେ ଜୀବନ ଲୋକାର୍ପିତ

ଭୁବନେଶ୍ବର : ଆଜି ସ୍ଥାନୀୟ ରେଡ୍‌କ୍ରସ ଭବନ ଠାରେ କବି ଡ. ଦୁର୍ଗାଶଙ୍କର ଷଡଙ୍ଗୀଙ୍କର କବିତା ସଙ୍କଳନ ମୁହୂର୍ତ୍ତେ ଜୀବନ ଲୋକାର୍ପିତ ହୋଇଯାଇଅଛି | ଏହି ଲୋକାର୍ପିତ ଉତ୍ସବରେ ଆୟକର ବିଭାଗର କମିଶନର୍ ଶ୍ରୀଯୁକ୍ତ ଶରତଚନ୍ଦ୍ର ଦାଶ , ଦୈନିକ ଖବରକାଗଜ ପ୍ରମେୟର ଗ୍ରୁପ୍ ଏଡିଟର୍ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ମହାପାତ୍ର , ବିଶିଷ୍ଟ ଗାଳ୍ପିକ ଶ୍ରୀଯୁକ୍ତ ଅଜୟ ସ୍ବାଇଁ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିଥିଲେ | ପୁସ୍ତକଟିରେ ଜୀବନର ଛୋଟଛୋଟ ମୁହୂର୍ତ୍ତକୁ ଶବ୍ଦରେ ଖୁବ୍‌ ସୁନ୍ଦର ଭାବେ ସଜାଇଛନ୍ତି କବି ଡ. ଷଡଙ୍ଗୀ | ପୁସ୍ତକରେ ୩୦ ଗୋଟି କବିତା ସ୍ଥାନ ପାଇଛି ଯାହା ଲୋକଙ୍କ ମନକୁ ବେଶ୍‌ ଛୁଇଁବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ |

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>