ମହିଳା ସୁରକ୍ଷା ଓ ନିଶା ମୁକ୍ତ ସମାଜ ଗଠନ ପାଇଁ ଲମ୍ବା ଯାତ୍ରା ଜାରି ରହିବ : ଓଡିଶା ପ୍ରଗତି ଦଳର ବିଧାୟକ ପ୍ରାର୍ଥୀ ଉମେଶଚନ୍ଦ୍ର ଦାସ

ବସ୍ତି ଜୀବନୀରୁ ଏମ୍.ଏଲ୍‌.ଏ ଟିକେଟ୍, ସଂଘର୍ଷରୁ ସଫଳତାର କାହାଣୀ

ଭୁବନେଶ୍ବର : (ପୂଜା ଦାଶ) ଚାଲିଛି ନିର୍ବାଚନୀ ଋତୁ| ପ୍ରମୁଖ ଦଳର ହେବିୱେଟ୍‌ ନେତାଙ୍କ ସମେତ ବହୁ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି| ନିର୍ବାଚନ ଲଢେଇରେ କିଏ ଜିତିବ ବା କିଏ ହାରିବ ତାହା ତ ପରର କଥା ହେଲେ ଚଳିତ ନିର୍ବାଚନରେ ବିଭିନ୍ନ ପ୍ରକାର ବ୍ୟକ୍ତିତ୍ୱର ପ୍ରାର୍ଥୀ ଦେଖିବାକୁ ମିଳିଛନ୍ତି| ଧନଶାଳୀ, ବାହୁବଳୀ ଓ ବଡଦଳ ମାନଙ୍କର ନିର୍ବାଚନ ପ୍ରଚାର ବେଶ୍‌ ମନଛୁଆଁ ହୋଇଥିବା ବେଳେ ଛୋଟ ବା ନୂଆଦଳ ମାନଙ୍କରୁ ଟିକେଟ୍‌ ପାଇ ପ୍ରାର୍ଥୀ ହୋଇଥିବା ବ୍ୟକ୍ତିମାନେ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ତରିକା ଆପଣାଉଛନ୍ତି| ସେମିତି ଜଣେ ଭିନ୍ନ ବ୍ୟକ୍ତିତ୍ୱ ହେଲେ ଉମେଶ ଚନ୍ଦ୍ର ଦାସ| ଓଡିଶା ପ୍ରଗତି ଦଳ ତରଫରୁ ଭୁବନେଶ୍ୱର(ଉତ୍ତର) ନିର୍ବାଚନ ମଣ୍ଡଳୀରୁ ଟିକେଟ୍‌ ପାଇ ସେ ପ୍ରାର୍ଥୀ ହୋଇଛନ୍ତି| ତାଙ୍କ ନିର୍ବାଚନୀ ଚିହ୍ନ ହେଉଛି ଡଙ୍ଗା|

ସେ ହେଉଛନ୍ତି ଭୁବନେଶ୍ବର ସାଲିଆ ସାହିର ମୂଳ ବାସିନ୍ଦା| ସେ ଗତ ୪୨ବର୍ଷ ଧରି ସେ ଏଠାରେ ବସବାସ କରିବା ସହ ପ୍ରାଥମିକ ସ୍ତରରେ ଲୋକଙ୍କ ସୁଖ ଦୁଃଖରେ ସାମିଲ୍‌ ଅଛନ୍ତି ସେ| ତା ଛଡା ଭୁବନେଶ୍ବରର ଅନ୍ୟ ବସ୍ତି ଅଞ୍ଚଳ ମାନଙ୍କରେ ମଧ୍ୟ ସେ ବେଶ୍‌ ଜଣାଶୁଣା| ରାସନ୍‌ କାର୍ଡ ହେଉ ଅବା ପାଣି କି ଇଲେକ୍ଟ୍ରି କନେକ୍ସନ୍‌ ହେଉ ସବୁଥିରେ ଗରିବ ବସ୍ତିବାସିନ୍ଦାଙ୍କ ସେବା କରିଥାନ୍ତି ଉମେଶ| ବିଭିନ୍ନ ସମୟରେ ସାଧ୍ୟ ମତେ ସାହାର୍ଯ୍ୟ ବି କରିଥାନ୍ତି|

ଦୀର୍ଘ ବର୍ଷ ହେବ ଏକ ପ୍ରମୁଖ ଜାତୀୟ ରାଜନୈତିକ ଦଳର କର୍ମୀ ଭାବେ ଓ ପରେ ପରେ ତୃଣମୂଳ ସ୍ତରରେ ସଂଗଠକ ଭାବେ କାର୍ଯ୍ୟ କରିବା ପରେ ମଧ୍ୟ ଦଳରେ ଉପଯୁକ୍ତ ସ୍ଥାନ ବା ମର୍ଯ୍ୟଦା ନମିଳିବାରୁ ସେ ନିକଟରେ ଦଳ ଛାଡି ଏହି ନୁଆକରି ଗଠନ ହୋଇଥିବା ଦଳରେ ସାମିଲ୍‌ ହୋଇଛନ୍ତି| ତାଙ୍କ କହିବା କଥା ହେଲା, ଯେଉଁ ଦଳ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ନିଶା ନିବାରଣ ଦିଗରେ ପଦକ୍ଷେପ ଗ୍ରହଣ କରିବ ସେପରି ଦଳ ପାଇଁ କାମ କରିବା କଥା| ସେଥି ପାଇଁ ସେ ଘରଘର ବୁଲି ଲୋକଙ୍କୁ ନିଜ ପାଇଁ ଭୋଟ୍‌ ଦେବାକୁ ଅନୁରୋଧ କରୁଛନ୍ତି| ସବୁ ଅଞ୍ଚଳ ବିଶେଷ କରି ଭୁବନେଶ୍ବର ବସ୍ତି ଅଞ୍ଚଳ ମାନଙ୍କରେ ତାଙ୍କ ସପକ୍ଷରେ ବାହାରିଛନ୍ତି ବହୁ ଯୁବକ| ଯେଉଁ ମାନେ କି ବୁଲିବୁଲି ତାଙ୍କ ସହ ନିର୍ବାଚନ ପ୍ରଚାରରେ ସାମିଲ୍‌ ହେଉଛନ୍ତି| ସ୍ବତ୍ତ୍ବପୁର୍ତ୍ତ ଭାବେ ବହୁ ସଂଙ୍ଖ୍ୟାରେ ଲୋକେ ତାଙ୍କ ସଭାରେ ଜମା ହେଉଛନ୍ତି|

ଭୁବନେଶ୍ବର(ଉତ୍ତର) ପରି ଏକ ଗୁରୁତ୍ବପୁର୍ଣ୍ଣ ନିର୍ବାଚନ ମଣ୍ଡଳୀରେ ହେଭିୱେଟ୍‌ ଲଢେଇ ଚାଲିଥିବା ବେଳେ ଉମେଶଙ୍କ ନିଆରା ପ୍ରଚାର ଲୋକଙ୍କ ବେଶ୍‌ ଦୃଷ୍ଟି ଆକର୍ଷଣ କରୁଛି|

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>