ବ୍ରହ୍ମପୁର ଲୋକ ସଭା ଆସନ ଲାଗି ନିର୍ବାଚନ ଶେଷ : ଭୋଟ ଦେଲେନି ୪.୫ ଲକ୍ଷ ଭୋଟର

ଛତ୍ରପୁର : ଗଞ୍ଜାମ ଜିଲାରେ ଗୁରୁବାର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‌ ବ୍ରହ୍ମପୁର ଲୋକ ସଭା ଆସନ ଓ ଏହା ଅଧୀନ ୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ତେବେ ଏହି ଭୋଟରେ  ୪ଲକ୍ଷ ୫ ହଜାର ୮୬୨ ଭୋଟର ଭୋଟ ଦେଇ ନ ଥିବା ଶୁକ୍ରବାର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି; ଯାହାକି ୩୭.୮୫ ପ୍ରତିଶତ ରହିଛି।   ଉକ୍ତ  ୫ ନିିର୍ବାଚନମଣ୍ଡଳୀରେ ମୋଟ ୧୦ ଲକ୍ଷ ୭୨ ହଜାର ୨୪୨ ଭୋଟର ଥିବାବେଳେ ୬ ଲକ୍ଷ ୬୬ ହାଜର ୩୮୦ ଭୋଟର ସେମାନଙ୍କ ମତଦାନ କରିଛନ୍ତି;  ଯାହାକି ୬୨.୧୫ ପ୍ରତିଶତ ରହିଛି।  ଛତ୍ରପୁର ନିର୍ବାଚନମଣ୍ଡଳୀରେ ୧ଲକ୍ଷ  ୪୮ ହଜାର ୧୪୦ ଭୋଟର ଭୋଟ ଦେଇଥିବା ବେଳେ ଗୋପାଳପୁରରେ ୧ ଲକ୍ଷ ୩୪ ହଜାର  ୨୦୪ ଜଣ ଭୋଟ ଦେଇଛନ୍ତି। ସେହିପରି ବ୍ରହ୍ମପୁରରେ ୧ ଲକ୍ଷ୧୮ ହଜାର ୮୪୫,  ଚିକିଟିରେ ୧ ଲକ୍ଷ ୨୩ ହଜାର ୧୭୨  ଓ ଦିଗପହଣ୍ଡି ନିିର୍ବାଚନମଣ୍ଡଳୀରେ ୧ ଲକ୍ଷ୪୨ ହଜାର ୧୯ ଭୋଟର ମତଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>