ପ୍ରଫେସର ବିଷ୍ଣୁ ଚରଣାରବିନ୍ଦ ମହାନ୍ତିଙ୍କର ୪ଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବରସ୍ଥିତ ସି.ଏସ.ଆଇ.ଆର. – ଆଇ.ଏମ୍.ଏମ୍.ଟିର ୫୬ତମ ପ୍ରତିଷ୍ଠା ଦିବସ ଅବସରରେ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ବିଷ୍ଣୁ ଚରଣାରବିନ୍ଦ ମହାନ୍ତିଙ୍କର ୪ଟି ପୁସ୍ତକ (Vedic science Elevates Modern science, New Model Of Atomic Structure, Reality Behind Relativity and Unified Understanding of Nature) ଉନ୍ମୋଚିତ ହୋଇଯାଇଛି। ଏହି ୪ଟି ପୁସ୍ତକକୁ ମିଶେଇ ପ୍ରଫେସର ମହାନ୍ତି ବ୍ରହ୍ମାଣ୍ଡ ସଂପର୍କିତ ୭ଟି ପୁସ୍ତକ ରଚନା କରିଛନ୍ତି। ପ୍ରକୃତିର ଭିନ୍ନ ଭିନ୍ନ ପରିଘଟଣାକୁ ବୁଝିବା ସକାଶେ ଆବଶ୍ୟକ ହେଉଥିବା ବିଭିନ୍ନ ବିଜ୍ଞାନର ଏକତ୍ରିକରଣ କରାଯାଇ ପାରିବ ବୋଲି ଲେଖକ କହିଛନ୍ତି। ସୂକ୍ଷ୍ମାତିସୂକ୍ଷ୍ମ ପରିସରରେ ପଦାର୍ଥର ଗଠନ ସଂପର୍କିତ ଲେଖକଙ୍କର ନୂତନ ଅନୂଶୀଳନ ଏବଂ ଭିନ୍ନ ଭିନ୍ନ ପରିସରରେ ରହିଥିଲେ ବି ବ୍ରହ୍ମାଣ୍ଡର ଗଠନ ପ୍ରକ୍ରିୟାରେ ସମାନତା ସହାୟତାରେ ସମସ୍ତ ପ୍ରାକୃତିକ ପରିଘଟଣାକୁ ସହଜରେ ବୁଝିହେବ ବୋଲି ସେ କହିଥିଲେ। କହିବା ବାହୁଲ୍ୟ, ଅତି ସହଜ ଓ ନୂତନ ଧାରଣାକୁ ନେଇ ଲିଖିତ ଏହି ପୁସ୍ତକଗୁଡିକରେ ବିଭିନ୍ନ ପ୍ରାକୃତିକ ପରିଘଟଣାକୁ ବୁଝେଇବା ସମୟରେ ଅନେକ ଜାଗାରେ ପ୍ରଚଳିତ ଧାରଣାର ପରିବର୍ତ୍ତନ କରାଯାଇଛି। ପୁସ୍ତକ ଉନ୍ମୋଚନ ଉତ୍ସବଟି ସି. ଏସ୍.ଆଇ.ଆର୍ ପେନସନିୟରସ୍ ୱେଲ୍ଫେୟାର୍ ଆସୋସିଏସନ୍ ଦ୍ବାରା ଆୟୋଜିତ ହୋଇଥିଲା ଲେଖକଙ୍କ ନୂତନ ଚିନ୍ତାଧାରା ଦୀର୍ଘ ବର୍ଷର ପରିଶ୍ରମର ସଫଳତା ବିଷୟରେ ଉପରୋକ୍ତ ସମ୍ମାନୀୟ ବ୍ୟକ୍ତିମାନେ ଭୂୟସୀ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>