‘ନିର୍ବାଚନରେ ଦିବ୍ୟାଙ୍ଗଙ୍କ ପାଇଁ ଠିକ୍‌ ବ୍ୟବସ୍ଥା ହୋଇନି’ : ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ପ୍ରଶାସନ ଭିନ୍ନକ୍ଷମ ଓ ଦିବ୍ୟାଙ୍ଗଙ୍କ ପାଇଁ ଠିକ ବ୍ୟବସ୍ଥା କରିନଥିବା ଅଭିଯୋଗ ହୋଇଛି। ଯାହାଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଭୋଟର ମତଦାନରୁ ବଞ୍ଚିତ ହୋଇଛନ୍ତି। କିଛି ସ୍ଥାନରେ ଦିବ୍ୟାଙ୍ଗ ଭୋଟର ଅସନ୍ତୋଷ ପ୍ରକାଶ କରିଥିବା କହିଛନ୍ତି ଜଣାଶୁଣା ସମାଜସେବୀ ତଥା ‘ସ୍ୱାଭିମାନ’ ଅନୁଷ୍ଠାନର ପ୍ରତିଷ୍ଠାତା ଡଃ ଶ୍ରୁତି ମହାପାତ୍ର।

 ଶ୍ରୁତି  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଛନ୍ତି। ସେ କହିଛନ୍ତି, “ସରକାରୀ ଘୋଷଣା ଅନୁସାରେ ଦିବ୍ୟାଙ୍ଗ ଭୋଟରମାନଙ୍କ ଲାଗି ଯେଉଁଭଳି ବ୍ୟବସ୍ଥା ରହିବା କଥା, ତାହା ହୋଇନି। ତେଣୁ ଆଗାମୀ ତିନିଟି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୬୦ ଲକ୍ଷ ଦିବ୍ୟାଙ୍ଗ ଭୋଟର ଯେପରି ସୁବିଧାରେ ମତଦାନ କରିପାରିବେ, ସେ ନେଇ BLO ମାନଙ୍କୁ ଠିକରେ ତାଲିମ ଦେବାକୁ ସିଇଓଙ୍କୁ ଚିଠି ଲେଖିଛି।”

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>