୪୦ ଡିଗ୍ରୀ ଉପରେ ୯ ସହର; ତାଳଚେର ଓ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର : ରାଜ୍ୟରେ ବଢ଼ିଗଲାଣି ତାତି। ଆଜି ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସବୁଠୁ ଅଧିକ ତାତି ଅନୁଭୂତ ହୋଇଥିଲା ତାଳଚେର ଓ ଟିଟିଲାଗଡ଼ରେ। ଏହି ଦୁଇ ସହରର ତାପମାତ୍ରା ୪୩ ଡିଗ୍ରୀ ରହିଥିଲା।

ସେହିପରି ଅନୁଗୋଳରେ ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୪୨.୫, ବଲାଙ୍ଗିରରେ ୪୨, ଝାରସୁଗୁଡ଼ାରେ ୪୦.୯, ସୋନପୁରରେ ୪୦.୮ ଓ ସମ୍ବଲପୁରରେ ୪୦.୧ ଡିଗ୍ରୀ ରହିଥିଲା।

ସୁନ୍ଦରଗଡ଼ରେ ପାରଦ ୪୦ ଡିଗ୍ରୀ ଛୁଇଁଥିବା ବେଳେ ଭୁବନେଶ୍ୱରରେ ୩୯.୫ ଓ କଟକରେ ୩୮.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>