ଭାଜପା ସରକାରକୁ ଆସିଲେ ୧ ଟଙ୍କାରେ ମିଳିବ ୫ କେଜି ଚାଉଳ, ୫ଶହ ଗ୍ରାମ ଡାଲି ଓ ଲୁଣ: ଧର୍ମେନ୍ଦ୍ର

ଚୌଦ୍ୱାର : ଚୌଦ୍ୱାର ନିର୍ବାଚନୀ ସଭାରେ ଭାଜପା ପକ୍ଷରୁ ଏକ ବଡ଼ ଧରଣର ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଭାଜପା ସରକାରକୁ ଆସିଲେ ମାତ୍ର ୧ ଟଙ୍କାରେ ଚାଉଳ, ଡାଲି ଓ ଲୁଣ ଦିଆଯିବ ବୋଲି ସେ କହିଛନ୍ତି।

ଧର୍ମେନ୍ଦ୍ରଙ୍କ ଘୋଷଣା ଅନୁଯାୟୀ, ୨୦୧୯ ସାଧାରଣ ନିର୍ବାଚନରେ ଭାଜପା କ୍ଷମତାକୁ ଆସିଲେ ୧ ଟଙ୍କାରେ ଖାଦ୍ୟ ସାମଗ୍ରୀ ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ୩.୨୬ କୋଟି ହିତାଧିକାରୀ ଏହି ସୁବିଧା ପାଇପାରିବେ। ସେମାନଙ୍କୁ ମାତ୍ର ୧ ଟଙ୍କାରେ ୫ କେଜି ଚାଉଳ, ୫ଶହ ଗ୍ରାମ ଡାଲି, ୫ଶହ ଗ୍ରାମ ଲୁଣ ମିଳିବ।

ପ୍ରକାଶଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟଙ୍କିକିଆ ଚାଉଳ ଯୋଜନା ଘୋଷଣା କରି ରାଜ୍ୟରେ ୧୯ ବର୍ଷ ଧରି କ୍ଷମତାରେ ରହିଆସୁଥିବା ଯୋଗୁ ଭାଜପା ପକ୍ଷରୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଏପରି ଘୋଷଣା କରାଯାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>