ମାଲକାନଗିରି : ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ମତଦାନ କରିଛନ୍ତି

ମାଲକାନଗିରି ଜିଲାରେ ଗତ ୧୧ରେ ହୋଇଥିବା ନିର୍ବାଚନରେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି । ଯାହାକି ମହିଳା ସଶକ୍ତୀକରଣ ଦିଗରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି ।  ମାଲକାନଗିରି ଜିଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମାଲକାନଗରି ଓ ଚିତ୍ରକୋଣ୍ଡା ରହିଛି । ଏହି ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ  ୪ ଲକ୍ଷ ୨୦ ହଜାର ୩୫୮ ଜଣ ଭୋଟର ରହିଛନ୍ତ।  ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୩୧ ହଜାର ୪୪୪ ଜଣ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୧୪ ହଜାର ୩୭୧ ଜଣ ପୁରୁଷ,୧ ଲକ୍ଷ ୧୭ ହଜାର ୬୩ ଜଣ ମହିଳା ଓ ୧୦ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ସେଥି ମଧ୍ୟରେ  ଚଳିତ ନିର୍ବାଚନରେ ୨୩୧୪ ଜଣ ନୂତନ ଭୋଟର ସାମିଲ ହୋଇଛନ୍ତି। ୩୮୯୧ ଭିନ୍ନକ୍ଷମ ଭୋଟର ମଧ୍ୟ ରହିଛନ୍ତି।  ଏମାନଙ୍କ ପାଇଁ ମୋଟ ୨୯୭ଟି ବୁଥ କରାଯାଇଥିଲା । ତେବେ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୮୫ହଜାର ୬୫୫ ପୁରୁଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିବା ବେଳେ ୮୯ହଜାର ୪୩୩ ଜଣ ମହିଳା ଭୋଟର ସେମାନଙ୍କ ମତଦାନ କରିଛନ୍ତି।  ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ଶତକଡ଼ା ୭୫.୬୫ ପ୍ରତିଶତ ମତଦାନ ହୋଇଛି । ସେହପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମୋଟ ୧ ଲକ୍ଷ ୮୮ ହଜାର ୯୧୪ ଜଣ ଭୋଟର ରହିଛନ୍ତି। ତନ୍ମଧ୍ୟରୁ ୯୦ ହଜାର ୫୪୯ ଜଣ ପୁରୁଷ, ୯୮ ହଜାର ୩୫୫ ଜଣ ମହିଳା ଓ ୧୦ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ୨୧୭୪ ଜଣ ନୂତନ ଭୋଟର ସାମିଲ ହୋଇଛନ୍ତି। ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୧୬୯୬। ମତଦାତାଙ୍କ ପାଇଁ ୨୪୩ଟି ବୁଥ ହୋଇଥିଲା।  ୬୨ହଜାର ୧୨୨ ଜଣ ପୁରୁଷ ସେମାନଙ୍କ ମତ ସାବ୍ୟସ୍ତ କରିଥିବା ବେଳେ ୬୬ହଜାର ୪୩୪ ଜଣ ମହିଳା ଭୋଟର ମତଦାନ କରିଥିଲେ।  ଏହି ନିର୍ବାଚନ ମଣ୍ଡଳୀରେ ଶତକଡ଼ା ୬୮.୦୫ ପ୍ରତିଶତ ମତଦାନ ହୋଇଛି । ଉପରୋକ୍ତ ଆକଳନ ଅନୁଯାୟୀ ଜିଲାରେ ପୁରୁଷଙ୍କ ତୁଳନାରେ ଶତକଡ଼ା ୦.୨୫ ପ୍ରତିଶତ ଅଧିକ ମହିଳା ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି ।

ସୂରଜ କୁମାର ବେହେରା

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>