‘ଆଇଏନ୍‌ଏଫ୍‌ଆଇଡି’ର ପ୍ରଥମ ବାର୍ଷିକ ଉତ୍ସବ ‘ନଭ୍ୟତା ୨୦୧୯’ : ମନ ମୋହିଲା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରସ୍ତୁତ ଡିଜାଇନ୍‌

ଭୁବନେଶ୍ବର : ଫେସନ୍‌ ଡିଜାଇନ୍‌ ଏବଂ ଇଣ୍ଟେରିୟର ଡିଜାଇନ୍‌ କ୍ଷେତ୍ରରେ ଓଡିଶାର ଏକ ଉଦୀୟମାନ ତଥା ପ୍ରମୁଖ ଅନୁଷ୍ଠାନ ‘ଆଇଏନ୍‌ଏଫ୍‌ଆଇଡି’ର ପ୍ରଥମ ବାର୍ଷିକ ଉତ୍ସବ ‘ନଭ୍ୟତା ୨୦୧୯’ ସ୍ଥାନୀୟ ପଦ୍ମଜା ହୋଟେଲ୍ ଏଣ୍ଡ କନ୍‌ଭେନସନ୍‌ ଠାରେ ଆୟୋଜିତ ହୋଇଯାଇଛି| ଏହି ଉତ୍ସବରେ ସିନିୟର ଆର୍କିଟେକ୍ଟ ପ୍ରଫେସର ଏସ୍‌.ଏସ.ରାୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଏବଂ ଅନ୍ୟତମ ସ୍ବତନ୍ତ୍ର ଅତିଥି ଭାବେ ବିଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କର କ୍ଲଷ୍ଟର ହେଡ୍‌ ଶ୍ରୀ ଅନିମେଶ ବିଶ୍ବାଳ ଯୋଗ ଦେଇଥିଲେ| ଓଡିଶାର ଯୁବପିଢୀଙ୍କୁ ଫେସନ୍‌ ଆଉ ଇଣ୍ଟେରିୟର ଡିଜାଇନ୍‌ କ୍ଷେତ୍ରରେ ନୁଆନୁଆ ସୁଯୋଗ ଦେବା ଉଦ୍ଦ୍ୟେଶରେ ଶ୍ରୀଯୁକ୍ତ ଆଶୁତୋଷ ପଣ୍ଡାଙ୍କ ଦ୍ବାରା ୨୦୧୮ ମସିହାରେ ସ୍ଥାପିତ ହୋଇଥିଲା ‘ଆଇଏନ୍‌ଏଫ୍‌ଆଇଡି’| ମାତ୍ର ଗୋଟିଏ ବର୍ଷ ଭିତରେ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଶଂଗ୍ରହଣ କରି ଏହା ନିଜକୁ ପ୍ରତିଷ୍ଠିତ କରିବା ସହ ସଫଳତାରେ ବହୁ ସେପାନ ଅତିକ୍ରମ କରିଚାଲିଛି| ‘ଭୁବନେଶ୍ବର ରନ୍‌ୱେ ୱିକ୍‌’, ‘ୱେଡିଙ୍ଗ ଟାଇମ୍‌ ଫିଏଷ୍ଟା’, ‘ଲାକ୍‌ମୀ ଫ୍ୟାସନ୍‌ ୱିକ୍‌’ ଏବଂ ‘ନିଉୟର୍କ ଫ୍ୟାସନ୍‌ ୱିକ୍‌’ ଭଳି ବହୁ ଉଚ୍ଚମାନର ପ୍ରତିଯୋଗିତାରେ ଏହା ନିଜକୁ ପ୍ରମାଣିତ କରିସାରିଛି|

fashion show

‘ନଭ୍ୟତା ୨୦୧୯’ ‘ଆଇଏନ୍‌ଏଫ୍‌ଆଇଡି’ର ପ୍ରଥମ ବର୍ଷର ସଫଳତା ପାଳନ କରୁଛି| ଏହି ଉତ୍ସବରେ ପ୍ରଥମ ବର୍ଷର ଫେସନ ଓ ଇଣ୍ଟେରିୟର ବିଭାଗର ଛାତ୍ରଛାତ୍ରୀମାନେ ନିଜର ଡିଜାଇନ୍‌ ଓ ପ୍ରଡକ୍ଟ ପ୍ରଦର୍ଶନ କରିଛନ୍ତ, ଯାହାକି ଉପସ୍ଥିତ ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲା| କିଡ୍‌ସ ରାଉଣ୍ଡରେ ୯ ରୁ ୧୨ ବର୍ଷର ପିଲାମାନେ ଡିଜାଇନ୍‌ ଡ୍ରେସ୍‌ ପିନ୍ଧି ରାମ୍ପରେ ଚାଲିଥିଲେ ଯାହାକି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା| ଏଫ୍‌ବିବି ଫେମିନା ମିସ୍‌ ଇଣ୍ଡିଆ ଓଡିଶା ୨୦୧୮ ଶ୍ରୁତିକ୍ସା ନାୟକ ଇଭିନିଂ ୱିୟର ରାଉଣ୍ଡ ଇନ୍‌ ବ୍ଲାକ୍‌ ଶୋ ଷ୍ଟପର ହୋଇଥିଲେ| ଏହି ଶୋ ରେ ବହୁ ପ୍ରକାର କାଜୁଆଲ୍‌ ୱିୟର, ରେଡ୍‌ କାର୍ପେଟ୍‌ ଗାଉନ୍‌, ଇଣ୍ଡିଆନ ୱିୟରର ପ୍ରଦର୍ଶନୀ ହୋଇଥିଲା|

ଶେଷରେ ଅତିଥିମାନଙ୍କୁ ସମ୍ବର୍ଧନା ପ୍ରଦାନ ସହ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା| ‘ଆଇଏନ୍‌ଏଫ୍‌ଆଇଡି’ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଆଶୁତୋଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ|

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>